ମୁମ୍ବାଇ: ଟିଭିର ଫେମସ ଅଭିନେତ୍ରୀ ତଥା ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ସିଂ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ବୟାନ ଦେଇଛନ୍ତି । ତାଙ୍କ ଅନୁଯାୟୀ ଯଦି କେହି ଜଣେ, ଅନ୍ୟ ଜଣଙ୍କୁ ହୃଦୟରୁ ଭଲ ପାଉଥିବା ଦାବି କରୁଛନ୍ତି ତେବେ ତାଙ୍କୁ ଡ୍ରଗ୍ସ ସେବନ କରିବାକୁ ଅନୁମତି ଦେଇ ତାଙ୍କ ମାନସିକ ସ୍ଥିତି ଏବଂ ଅବସ୍ଥା ଖରାପ କଥା କହିପାରିବେ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି ଏହି ବିଷୟରେ ଲେଖିଛନ୍ତି । ଆଉ କହିଛନ୍ତି, ‘ମୁଁ ପୁଣି ଥରେ କହିଦେବାକୁ ଚାହୁଁଛି ଯେ ମିଡିଆ ମତେ ବାରମ୍ବାର ପଚାରୁଛି ସୁଶାନ୍ତଙ୍କ ଆତ୍ମହତ୍ୟା ନାଁ ହତ୍ୟା । ହେଲେ ଏହି ପ୍ରଶ୍ନରେ ମୁଁ କେବେ ମଧ୍ୟ କହିନି ଯେ ତାଙ୍କ ହତ୍ୟା ପାଇଁ କେହି ଜଣେ ନିଦ୍ଧିଷ୍ଟ ରୂପେ ଦାୟୀ । ମୁଁ ସବୁବେଳେ ମୋ ସ୍ବର୍ଗତ ବନ୍ଧୁଙ୍କ ପାଇଁ ନ୍ୟାୟ ଦାବି କରିଆସୁଛି । ଆଉ ସର୍ବଦା ତାଙ୍କ ପରିବାର ସହ ଠିଆ ହୋଇଛି । ଯେପର୍ଯ୍ୟନ୍ତ ସିବିଆଇ ଦ୍ବାରା ସତ ସାମ୍ନାକୁ ନଆସିଛି । ମତେ ସୁଶାନ୍ତଙ୍କ ମାମଲାରେ ଅନେକ କଥା କୁହାଯାଇଛି । ରିଆ ମତେ ତାଙ୍କ ବିଧବା, ସଉତୁଣୀ କହି ସମ୍ବୋଧନ କରିଥିଲେ । ମୁଁ କେବେ ମଧ୍ୟ ଏହା ପାଇଁ ଦାୟୀ ନୁହେଁ । ମୁଁ ମୋ ବନ୍ଧୁଙ୍କ ଡିପ୍ରେସନ କଥା ଉପରେ କେବେଳ ବୟାନ ଦେଉଛି ।’
ଏହାସହ ସେ ପୋଷ୍ଟରେ ମହାରାଷ୍ଟ୍ର ସରକାର, ପୋଲିସ ଓ କେନ୍ଦ୍ରର ସବୁ ନିୟମ ଉପରେ ବିଶ୍ବାସ କରୁଛନ୍ତି ବୋଲି ଜଣାଇଛନ୍ତି । ସେହିପରି ସେ ରିଆଙ୍କ ପ୍ରଶ୍ନ ପଚାରି କହିଛନ୍ତି ଯେ ଜଣେ ଡିପ୍ରେସନ ବ୍ୟକ୍ତିଙ୍କୁ ସେ କିପରି ଡ୍ରଗ୍ସ ସେବନ କରିବାକୁ ଅନୁମତି ଦେଇଥିଲେ ।
@ians