ETV Bharat / sitara

ନିଜ ଫିଲ୍ମ ଠାରୁ କାହିଁକି ପୁଅକୁ ଦୂରେଇ ରଖୁଛନ୍ତି ତୁଷାର, ପଢନ୍ତୁ - laksshya

ମନ କଥା କହିଲେ ତୁଷାର । ବର୍ତ୍ତମାନ ପୁଅ ଲକ୍ଷଙ୍କୁ କାର୍ଟୁନ ଓ ପିଲାଙ୍କ ଫିଲ୍ମ ଦେଖାଇବେ କିନ୍ତୁ ନିଜ ଫିଲ୍ମ ଠାରୁ ଦୂରେଇ ରଖିବେ । କାରଣ ତାଙ୍କ ଉପରେ ଆଡଲ୍ଟ ଫିଲ୍ମ ବର୍ତ୍ତମାନ ଖରାପ ପ୍ରଭାବ ପକାଇବ ବୋଲି କହିଛନ୍ତି ତୁଷାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତୁଷାର କପୁର
author img

By

Published : Jul 15, 2019, 1:12 PM IST

ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ରହିଥିବା ଅଭିନେତା ତୁଷାର କପୁର ନିକଟରେ ଅଲ୍ଟ ବାଲାଜୀର ଏକ ହରର ୱେବ ସିରିଜରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ସିରିଜକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି । ସେ ଅଭିନୟ ଠାରୁ ଅଧିକା ନିଜ ପୁଅ ଲକ୍ଷଙ୍କୁ ନେଇ ଚର୍ଚ୍ଚାରେ ଆସିଥାଆନ୍ତି । ପ୍ରାୟତଃ ତାଙ୍କୁ ଲକ୍ଷ ସହ ଟାଇମ ସ୍ପେଣ୍ଡ କରୁଥିବାର ଦେଖିବାକୁ ମିଳିଥାଏ । ଇତିମଧ୍ୟରେ ସେ ପୁଅଙ୍କୁ ନେଇ ନିଜ ମନ କଥା ସମସ୍ତଙ୍କ ସହ ସେୟାର କରିଛନ୍ତି ।

ସେ ନିକଟରେ କହିଥିଲେ କି ସେ ଚାହୁଁନାହାଁନ୍ତି ତାଙ୍କ ପୁଅ ତାଙ୍କ ଅଭିନୀତ ଫିଲ୍ମ ଦେଖନ୍ତୁ । ଏକ ସାକ୍ଷାତକାର ସମୟରେ ତୁଷାର ଏହି କଥାର ଖୁଲାସା କରିଥିଲେ ଆଉ କହିଥିଲେ କି ଏବେ ସେ ପିତା ହୋଇସାରିଲେଣି । ଲକ୍ଷଙ୍କୁ ତାଙ୍କର ଯେବେ ମଧ୍ୟ ଆବଶ୍ୟକ ପଡିପାରେ, ତେବେ ସେ ସେଠାରେ ଉପସ୍ଥିତ ରହିବେ ସବୁ କାମ ଛାଡି ।

ସେ ଏବେ ଲକ୍ଷଙ୍କୁ ସିନେମା ଜଗତ ଠାରୁ ଦୂରେଇ ରଖିଛନ୍ତି । ସେ ଚାହୁଁନାହାଁନ୍ତି କି ଏବେ ଲକ୍ଷ ତାଙ୍କ ଫିଲ୍ମ ଦେଖନ୍ତୁ । ତାଙ୍କ ମା' ଲକ୍ଷଙ୍କୁ 'ସିମ୍ବା' ଫିଲ୍ମର ଗୀତ 'ଆଂଖ ମାରେ' ଦେଖାଇଥିଲେ ଯେଉଁଥିରେ ସେ ମଧ୍ୟ ନଜର ଆସିଥିଲେ । ଏହା ଦେଖି ଲକ୍ଷ କହିଥିଲେ କି ଏ ଆଂଖ ମାରୁଥିବା ବାପା । ଲକ୍ଷଙ୍କ ବୟସରେ ସେ କେବଳ ପିଲାଙ୍କ ଫିଲ୍ମ ଏବଂ କାର୍ଟୁନ ଦେଖବା କଥା । କାରଣ ଆଡଲ୍ଟ ଫିଲ୍ମ ଦେଖିଲେ ତାଙ୍କ ଉପରେ ବର୍ତ୍ତମାନ ଖରାପ ପ୍ରଭାବ ପଡିବ ବୋଲି କହିଛନ୍ତି ତୁଷାର ।

ଖାଲି ଏତିକି ନୁହେଁ ସେ ନିଜ ପ୍ରଫେଶନାଲ ଲାଇଫଙ୍କୁ ନେଇ କହିଥିଲେ କି ଲୋକଙ୍କୁ ଲାଗୁଛି କି ସେ ପିତା ହେବା ପରେ କମ ଫିଲ୍ମ କରୁଛନ୍ତି । ବାସ୍ତବରେ ସେମିତି କିଛି ନାହିଁ ସେ ସବୁ ପ୍ରକାର ଫିଲ୍ମ କରିବାକୁ ଚାହୁଁଛନ୍ତି ଆଉ ଭଲ ସ୍କ୍ରିପ୍ଟ ମିଳିଲେ ସେ ପଛ ଘୁଞ୍ଚା ଦେବେ ନାହିଁ ।

Intro:Body:

BLANK FOR LINK STORY 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.