ହାଇଦ୍ରାବାଦ: ପୁଲୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ତିଆରି ହେଉଛି ଶ୍ରଦ୍ଧାଞ୍ଜଳି ଗୀତ । ଏଥିରେ ନଜର ଆସିବେ 14 ବଲିଉଡ କଳାକାର । ଅମିତାଭ ବଚ୍ଚନ, ଆମିର ଖାନ, ରଣବୀର କପୁରଙ୍କ ପରେ ସୁଟିଂ ସାରିଛନ୍ତି ନୀଳନୟନା ଐଶ୍ବର୍ଯ୍ୟା ରାଏ ବଚ୍ଚନ । ଗୀତକୁ ତିଆରି କରୁଛି ହାପି ପ୍ରଡକ୍ସନ ଇଣ୍ଡିଆ ।
4 ମିନିଟର ଏହି ଭିଡିଓର ନା ‘ତୁ ଦେଶ ମେରା’ ରଖାଯାଇଛି । ତେବେ ଐଶଙ୍କ ସୁଟିଂ ବିଷୟରେ ସୂଚନା ଦେଇଛନ୍ତି ହାପି ପ୍ରଡକ୍ସନର ମୁଖ୍ୟ ଅଭିଷେକ ମିଶ୍ର ।
ଫେବୃଆରୀ 14ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ସିଆରପିଏଫ ଯବାନଙ୍କ 78ଟି ଗାଡିକୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ 40ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଏହି ଆକ୍ରମଣରେ ପୂରା ଦେଶ ଭାଙ୍ଗି ପଡିଥିଲା । ସମଗ୍ର ବିଶ୍ବରୁ ସମବେଦନାର ସୁଅ ଛୁଟି ଆସିଥିଲା । ଏହାପରେ ଫେବୃଆରୀ 21ରେ ଭାରତ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲେ । ଏଥିଲେ ପାଖାପାଖି 300 ଆତଙ୍କବାଦୀଙ୍କୁ ନିହତ ହୋଇଥିବା ଆଶଙ୍କା କରାଯାଉଛି ।