ମୁମ୍ବାଇ: 2020ର ଅଧା ବର୍ଷ ଶେଷ ହୋଇଗଲାଣି । ତିନି ମାସ କୋରୋନା ଭାଇରସ ପାଇଁ ପୁରା ଦେଶ ଲକଡାଉନରେ ଥିଲା । ଯାହାର ସବୁଠୁ ଅଧିକା ଫାଇଦା ଉଠାଇଛି ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାର, ଆମାଜନ ପ୍ରାଇମ ଭିଡିଓ, ବୁଟ ସିଲେକ୍ଟ । ଏହି ପ୍ଲାଟଫର୍ମ ଗୁଡିକ ଗୋଟିଏ ପରେ ଗୋଟିଏ ୱେବ ସିରିଜ, ଫିଲ୍ମ ଷ୍ଟ୍ରିମିଂ କରି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛି । ହେଲେ 5ଟି ଭାରତୀୟ ୱେବ ସିରିଜ ଅଛି, ଯାହା ସମସ୍ତଙ୍କ ମନ କିଣିବାରେ ସଫଳ ହେବା ସହ ଟପ 5ରେ ଟ୍ରେଣ୍ଡ କରୁଛି । ତେବେ ଆସନ୍ତୁ ନଜର ପକାଇବା ଏହି ସିରିଜ ଉପରେ...
1. ପ୍ରଥମ ସ୍ଥାନରେ ଅଛି ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ସିରିଜ ‘ପାତାଲ ଲୋକ’ । ଆମାଜନ ପ୍ରାଇମରେ ରିଲିଜ ହେବା ପୂର୍ବରୁ ଏବଂ ପରେ ବି ଏହାର ଭୂମିକା ହଥୋଡା ତ୍ୟାଗି ଓ ହାଥିରାମ ଚୌଧୁରୀଙ୍କ ଅଭିନୟ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଥିଲା । ବ୍ୟବସାୟୀ ଓ ଅଫିସରଙ୍କ ଜୀବନକୁ ନେଇ ଆଧାରିତ ଏହାର କାହାଣୀ ।
2. ଦ୍ବିତୀୟ ସ୍ଥାନରେ କ୍ରାଇମ, ଥ୍ରିଲର ଓ ଆକ୍ସନଭରା ସିରିଜ ‘ସ୍ପେଶାଲ ଓପ୍ସ’ ରହିଛି । ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା । ଯେଉଁଥିରେ କେକେ ମେନନଙ୍କ ଶାନଦାର ଅଭିନୟର ପ୍ରଶଂସା ସମସ୍ତେ କରିଥିଲେ । ସେହିପରି ନୀରଜ ପାଣ୍ଡେଙ୍କ ଦମଦାର ଅଭିନୟ ମଧ୍ୟ ସମସ୍ତଙ୍କ ମନ କିଣିଥିଲା । ଆତଙ୍କବାଦୀ କାହାଣୀକୁ ନେଇ ଆଧାରିତ ସିରିଜ ।
3. ଜିତେନ୍ଦ୍ର କୁମାରଙ୍କ ଅଭିନୀତ ସିରିଜ ‘ପଞ୍ଚାୟତ’ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଛି । ଆମାଜନ ପ୍ରାଇମରେ ଏହାକୁ ଷ୍ଟ୍ରିମିଂ କରାଯାଇଥିଲା । ସିରିଜରେ ଗାଁର ମହଲକୁ ନେଇ କାହାଣୀ ଆଧାରିତ । ନୀନା ଗୁପ୍ତା ଓ ରଘୁବୀର ଯାଦବ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
4. ବୁଟ ସିଲେକ୍ଟରେ ରିଲିଜ ହୋଇଥିବା ଥ୍ରିଲର, ଆକ୍ସନ ସିରିଜ ‘ଅସୁର’ର ଖୁବ୍ ପ୍ରଶଂସା କରିଥିଲେ ଦର୍ଶକଙ୍କଠୁ ନେଇ କ୍ରିଟିକ୍ସ । ମୁଖ୍ୟ ଭୂମିକାରେ ଦମଦାର ଅଭିନୟ କରିଥିଲେ ଅଭିନେତା ଅର୍ଶଦ ୱାରସୀ ଓ ବରୁଣ ସୋବତି, ରିଦ୍ଧି ଡୋଗରା ଓ ଅନୁପ୍ରିୟା ଗୋଏଙ୍କା ।
5. ନିକଟରେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା ସୁସ୍ମିତା ସେନଙ୍କ ଡେବ୍ୟୁ ସିରିଜ ‘ଆର୍ଯ୍ୟା’ । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏହା ମଧ୍ୟ ଲୋକପ୍ରିୟ ସିରିଜ ସାଜିଛି । ଦୀର୍ଘ ସମୟ ପରେ ସୁସ୍ମିତାଙ୍କ ଦମଦାର ଅଭିନୟ ପୁଣି ଫ୍ୟାନ୍ସଙ୍କୁ ଦିୱାନା କରିବାରେ ସଫଳ ହୋଇଛି । ପରିବାର, ଦାୟିତ୍ବ ଓ କର୍ତ୍ତବ୍ୟକୁ ନେଇ ଆଧାରିତ ସିରିଜ ।