ETV Bharat / sitara

‘ଡ୍ରିମ ଗାର୍ଲ’ରେ ରିତେଶଙ୍କ ଦମଦାର ଆଇଟମ ସଙ୍ଗ

author img

By

Published : Aug 26, 2019, 9:55 PM IST

ଏଥର ଗଣେଷ ଚତୁର୍ଥୀ ହେବ ମଜାଦାର ଆୟୁଷ୍ମାନଙ୍କ ସହ ରିତେଶଙ୍କ ଆଇଟମ ସଙ୍ଗ । ଆସନ୍ତକାଲି ରିଲିଜ ହେବ ‘ଢାଗାଲା ଲାଗଲି ଗାଢା’ ।

ଡିଜାଇନ ଫଟୋ

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଓ ନୁସରତ ଭାରୁଛାଙ୍କ ଅପକମିଂ ଫିଲ୍ମ ‘ଡ୍ରିମ ଗାର୍ଲ’ ଏବେ ଚର୍ଚ୍ଚାରେ । ଫିଲ୍ମ ଦେଖିବାକୁ ଏବେ ଠାରୁ ଆକୁଳ ଦର୍ଶକ । କାରଣ ପ୍ରଥମଥର ଆୟୁଷ୍ମାନ ଏହି ଫିଲ୍ମରେ ଝିଅ ଭଳି ଅଭିନୟ କରୁଥିବାର ଦେଖାଯିବେ । ଆଉ ପୂଜା ହୋଇ ସେକ୍ସି ସ୍ବରରେ ହଜାର ହଜାର ଲୋକଙ୍କୁ ନିଜ ପ୍ରେମରେ ଫଶାଉଥିବାର ନଜର ଆସିବେ । ଇତିମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ଆୟୁଷ୍ମାନ ଖୁରାନା

କଥାଟି ହେଲା କି ଆୟୁଷ୍ମାନଙ୍କ ଏହି ଫିଲ୍ମରେ ରିତେଶ ଦେଶମୁଖଙ୍କ ଡାନ୍ସ ତଡକା ଦେଖିବାକୁ ମିଳିବ । ଫିଲ୍ମରେ ଗଣେଶ ଚତୁର୍ଥୀ ପାଇଁ ଏକ ସ୍ପେଶାଲ ମରାଠୀ ଗୀତ ରଖାଯାଇଛି । ଯେଉଁଥିରେ ଆୟୁଷ୍ମାନଙ୍କ ସହ ରିତେଶ ନଜର ଆସିବେ ।

ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଆୟୁଷ୍ମାନ ଏହାର ସୂଚନା ଟ୍ବିଟରରେ ଦେଇଛନ୍ତି । ସେ ଗୀତର ଏକ କ୍ଲିପ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପ୍ରସ୍ତୁତ ହୋଇଯାଆନ୍ତୁ ରିତେଶ ଭାଉଙ୍କ ସହ ଯାଦୁ ଭରା ଗୀତ ଢାଗାଲା ଲାଗଲି ଗାଢା ଦେଖିବାକୁ ।’ଗୀତଟି କାଲି ରିଲିଜ ହେବାର ଘୋଷଣା ମଧ୍ୟ କରିଛନ୍ତି ଆୟୁଷ୍ମାନ ।

ସେହିପରି ରିତେଶ ମଧ୍ୟ ଟ୍ବିଟରରେ ଏହି ପ୍ରୋମୋ ଗୀତକୁ ସେୟାର କରି ଫ୍ୟାନ୍ସଙ୍କୁ ପୁଣିଥରେ ଏହି ଆଇଟମ ସଙ୍ଗର ମଜା ଉଠାଇବାକୁ କହିଛନ୍ତି ।

ପ୍ରକାଶ ଥାଉକି ‘ଡ୍ରିମ ଗାର୍ଲ’ର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି । ଯାହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ଫିଲ୍ମଟି ସେପ୍ଟେମ୍ବର 13ରେ ରିଲିଜ ହେବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.