ମୁମ୍ବାଇ: ୬୭ ବର୍ଷରେ ପାଦ ଥାପିଲେ ବଲିଉଡର ଏଭରଗ୍ରିନ୍ ଓ ଅଶି ଦଶକର ଲୋକପ୍ରିୟ ଅଭିନେତ୍ରୀ ରେଖା । ବୟସ ବଢିଛି ସତ ହେଲେ ଆଜିବି ଚମକୁଛନ୍ତି ଏହି ଅଶୀ ଦଶକର ଅଭିନେତ୍ରୀ । ରେଖା ନିଜ ସୁନ୍ଦରତାକୁ ନେଇ ସେବୁବେଳେ ଚର୍ଚ୍ଚାରେ ଥିବା ବେଳେ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନରେ ସୃଷ୍ଟି କରିଛନ୍ତି ଏକ ନିଆରା ପରିଚୟ । ୧୯୫୪ ମସିହା ଆଜିର ଦିନରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ରେଖା ।
ଏହାପରେ ୧୯୬୬ ରେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ରେଖା । ୭୦ ଦଶକରେ ମୁକନ୍ଦର କା ସିକନ୍ଦର, ସୁହାଗ, ମିଷ୍ଟର ନଟୱରଲାଲ, ଖୁନ ପସିନା ଭଳି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।
ରେଖାଙ୍କୁ ବର୍ଷ ୧୯୮୧ରେ 'ଖୂବସୂରତ' ଏବଂ ୧୯୮୯ରେ 'ଖୂନ ଭରୀ ମାଂଗ' ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା । ଆଜି ତାଙ୍କ ଜନ୍ମଦିନ ଅବସରରେ ବଲିଉଡ କୁଇନ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କଙ୍ଗନା ରେଖାଙ୍କ ଅନେକ ପ୍ରଶଂସା କରିବା ସହ ତାଙ୍କ ସୁନ୍ଦରତାକୁ ନେଇ ମଧ୍ୟ ବେସ ପ୍ରଶଂସା କରିଛନ୍ତି ।