ମୁମ୍ବାଇ: ଦୀପିକା ପାଦୁକୋନ ଜେଏନୟୁ ଯିବା ବିବାଦ ଥମିବାର ନାଁ ନେଉନାହିଁ । ଦୀପିକାଙ୍କ ସାମ୍ନାରେ ‘ସ୍ବାଧୀନତା’ର ନାର ଲାଗିବାକୁ ନେଇ ଅନେକ ଲୋକ ତାଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି । ଟ୍ବିଟରରେ #Boycottchhapaak ବର୍ତ୍ତମାନ ଟ୍ରେଣ୍ଡ କରିବାରେ ଲାଗିଛି । ଅନେକ ଲୋକ ତାଙ୍କ ଅପକମିଂ ଫିଲ୍ମ ‘ଛପାକ’ ଟିକେଟ ରଦ୍ଦ କରିଦେଇଛନ୍ତି । ଇତିମଧ୍ୟରେ ଟିଏମସି ରାଜ୍ୟସଂଭା ସାଂସଦ ଡେରକ ଓ ବ୍ରିଏନ, ଦୀପିକାଙ୍କ ସମର୍ଥନରେ ବାହାରିଛନ୍ତି । ତାଙ୍କୁ ସପୋର୍ଟ କରିବାକୁ ଯାଉ ଡେରକ ଏକ ନୂଆ ଉପାୟ ବାହାର କରିଛନ୍ତି ।
ଆଜ୍ଞା ହଁ, ସେ ‘ଛପାକ’ ଟିକେଟର ଫଟୋ ସେୟାର କରି ଏକ ଟ୍ବିଟ କରିଥିଲେ । ଯେଉଁଥିରେ ଲେଖିଥିଲେ, ‘ମୁଁ ଛପାକର ଟିକେଟ କିଣି ଆମ ସହ କାମ କରୁଥିବା ଏକ କପଲକୁ ଉପହାର ଦେଇଛି । ଶୁକ୍ରବାର ସକାଳେ ଫିଲ୍ମକୁ ଏନଜୟ କର ।’
ବର୍ତ୍ତମାନ ଏହି ଟ୍ବିଟକୁ ନେଇ ଡେରକ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଯାଇଛନ୍ତି । ତାଙ୍କୁ ଖୁବ୍ ଟ୍ରୋଲ କରିବାକୁ ଲାଗିଛନ୍ତି ଟ୍ରୋଲର୍ସ । ଅଜିତ ନାମ ଜଣେ ୟୁଜର ଲେଖିଛନ୍ତି, ‘କଣ ଆପଣ 190 ଟଙ୍କା କୌଣସି ଏନଜିଓକୁ ଦେଇଛ, ଯିଏ ଏସିଡ ପୀଡିତାଙ୍କ ପାଇଁ କାମ କରୁଛି ।’ ସେହିପରି ଆଉ ଜଣେ ଯୁଜର ଲେଖିଛନ୍ତି, ‘କଣ ଫିଲ୍ମ ପ୍ରମୋଶନର କାମ ଆରମ୍ଭ କରିଦେଇଛ ।’ ଏପରି ଅନେକ କମେଣ୍ଟ କରି ଡେରକଙ୍କ ମଜାକ ସୋସିଆଲ ମିଡିଆରେ ଉଡାଇବାରେ ଲାଗିଛନ୍ତି ଟ୍ରୋଲର୍ସ ।
ପ୍ରକାଶ ଥାଉକି ଦୀପିକା ମଙ୍ଗଳବାର ସନ୍ଧ୍ୟାରେ ଜେଏନୟୁରେ ପହଞ୍ଚିଥିଲେ । ସେହିଠାରେ ସେ କହ୍ନେୟା କୁମାର ଓ ଅନ୍ୟ ଛାତ୍ରାଙ୍କ ପ୍ରୋଟେଷ୍ଟରେ ସାମିଲ ହୋଇଥିଲା । ଏହାସହ ସେ ଜେଏନୟୁ ଅଧ୍ୟକ୍ଷ ଆଇଶୀ ଘୋଷଙ୍କ ସହ ମଧ୍ୟ ସାକ୍ଷାତ କରି ତାଙ୍କ ହାଲଚାଲ ବୁଝିଥିଲେ । ତାଙ୍କର ଏପରି ବ୍ୟବହାରକୁ ନେଇ ଅନେକ ଲୋକ ତାଙ୍କ ଉପରେ ରାଗି ଯାଇଥିଲେ । ଯାହାପରେ ତାଙ୍କ ଫିଲ୍ମ ‘ଛପାର’ ବଏକଟ କରିଛନ୍ତି । ଆସନ୍ତା କାଲି(ଶୁକ୍ରବାର) ରିଲିଜ ହେବାକୁ ଯାଉଛି ଚର୍ଚ୍ଚିତ ଫିଲ୍ମ ‘ଛପାକ’ ।