ETV Bharat / sitara

ଜୀବନ ହାରିଲେ ଆଉ ଜଣେ ଟିକଟକ ଷ୍ଟାର ସନ୍ଧ୍ୟା

author img

By

Published : Jul 7, 2020, 6:11 PM IST

ସିୟା କକ୍କରଙ୍କ ପରେ ଆତ୍ମହତ୍ୟା କଲେ ଟିକଟକ ଷ୍ଟାର ସନ୍ଧ୍ୟା ଚୌହାନ । ମାତ୍ର 18 ବର୍ଷ ବୟସରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ମୁମ୍ବାଇ: ନିକଟରେ ଫେମସ ଟିକଟକର ସିୟା କକ୍କର ମାତ୍ର 16 ବର୍ଷ ବୟସରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏବେ ପୁଣି ସମସ୍ତଙ୍କୁ ବଡ ଝଟକା ଲାଗିଛି । କାରଣ ଦୁନିଆ ଛାଡି ଚାଲିଯାଇଛନ୍ତି ଆଉ ଜଣେ ଟିକଟକ ଷ୍ଟାର । ସିୟାଙ୍କ ପରେ ସେ ଆତ୍ମହତ୍ୟା କରିବା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ମାତ୍ର 18 ବର୍ଷ ବୟସରେ ସନ୍ଧ୍ୟା ଚୌହାନ ଆତ୍ମହତ୍ୟା କରିଛନ୍ତି । ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପାଠ ପଢା ଶେଷ କରିଥିଲେ । ପୋଲିସ ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଆରମ୍ଭ କରିଦେଇଛି । ସେହିପରି ସନ୍ଧ୍ୟା କୌଣସି ସୁସାଇଡ ନୋଟ ମଧ୍ୟ ଲେଖିନାହାଁନ୍ତି ।

ସୂଚନା ଅନୁଯାୟୀ ସନ୍ଧ୍ୟା ଗତ ଦୁଇ, ତିନି ମାସରୁ ଡିପ୍ରେସନ ଦେଇ ଗତି କରୁଥିଲେ । ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ତାଙ୍କ ପୁରା ପରିବାର । ସନ୍ଧ୍ୟାଙ୍କ ମୃତ ଶରୀରର ପ୍ରଥମେ ତାଙ୍କ ଭାଇ ଦେଖିଥିଲେ । ଯାହାପରେ ସେ ଏହାର ସୂଚନା ପୋଲିସକୁ ଦେଇଥିଲେ । ଆଉ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ପରିବାର ସଦସ୍ୟ କହିବା ଅନୁଯାୟୀ ସନ୍ଧ୍ୟା କିଛି ଦିନରୁ ଡିପ୍ରେସନରେ ଥିଲେ । ହେଲେ ପୋଲିସ ଏହି ମାମଲାରେ କଡା କାର୍ଯ୍ୟନୁଷ୍ଠାନ କରି ଏହାର ବାସ୍ତବତା ଜାଣିବାକୁ ଚେଷ୍ଟା ଚଳାଇଛି । ତାଙ୍କ ଫୋନ ମଧ୍ୟ ପୋଲିସ ଜବତ କରିସାରିଛି । ଶୁଣିବାକୁ ମିଳୁଛି ଯେ ଭାରତରେ ଟିକଟକ ବ୍ୟାନ ହେବା ପରେ ସନ୍ଧ୍ୟା ଆହୁରି ଚିନ୍ତିତ ହୋଇପଡିଥିଲେ । ଯାହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.