ETV Bharat / sitara

ବିବାଦ ଘେରରେ ଟିକଟକ ଷ୍ଟାର ଫୈଜଲ, ମାମଲା ରୁଜୁ

author img

By

Published : May 18, 2020, 10:23 PM IST

ପୁଣି ଥରେ ଟିକଟକ ଭିଡିଓକୁ ନେଇ ବିବାଦ । ଏଥର ସମସ୍ୟା ଘରେ ଫସିଲେ ଫୈଜଲ ସିଦ୍ଦିକୀ । ପୂର୍ବରୁ ତାଙ୍କ ଭାଇ ଆମୀର ସିଦ୍ଦିକୀ ଟିକଟକ, ୟୁଟ୍ୟୁବ ବିଷୟରେ କହି ଚର୍ଚ୍ଚାରେ ରହିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫୈଜଲ ସିଦ୍ଦିକୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫୈଜଲ ସିଦ୍ଦିକୀ

ମୁମ୍ବାଇ: ଟିକଟକର ଫେମସ ଷ୍ଟାର ଫୈଜଲ ସିଦ୍ଦିକୀ ଏକ ଭିଡିଓ ତିଆରି କରି ସମସ୍ୟା ଘେରରେ । ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ବିବାଦ ତାଙ୍କର ଏକ ଆପତ୍ତିଜନକ ଭିଡିଓକୁ ନେଇ ସୃଷ୍ଟି ହୋଇଛି । ଯେଉଁ ଭିଡିଓରେ ସେ ଝିଅଙ୍କ ଉପରେ ଏସିଡ ପକାଇବାର ଯୋଜନା କରୁଥିବାର ନଜର ଆସୁଛନ୍ତି ।

ଏବେ ଏହି ମାମଲାରେ ରାଷ୍ଟ୍ରୀୟ ମହିଳା ଆୟୋଗରେ ପହଞ୍ଚିଛି । ବିଜେପି ନେତା ତଞ୍ଜିନ୍ଦର ପାଲ ସିଂ ବଗ୍ଗା ଏହାର ଅଭିଯୋଗ ଏନସିଡବ୍ଲ୍ୟୁର ଚେୟାରପର୍ସନ ରେଖା ଶର୍ମାଙ୍କ ପାଖରେ କରିଛନ୍ତି । ଯାହାପରେ ସେ ଜଣାଇଥିଲେ ଏହି ମାମଲାକୁ ସେ ପୋଲିସ ଏବଂ ଟିକଟକ ଇଣ୍ଡିଆ ପାଖରେ ରଖିବେ । ବର୍ତ୍ତମାନ ଏହି ଭିଡିଓଟିକୁ ଟିକଟକରୁ ଡିଲିଟ କରି ଦିଆଯାଇଛି ।

ସେପଟେ ରେଖା ଟ୍ବିଟରେ ଜଣାଇଛନ୍ତି ଯେ ମହାରାଷ୍ଟ୍ରର ଡିଜିପିକୁ ଚିଠି ଲେଖି ଫୈଜଲଙ୍କ ବିରୋଧରେ ଆକ୍ସନ ନେବାକୁ ଦାବି କରିଛନ୍ତି । ଖାଲି ଏତିକି ନୁହେଁ ଟିକଟକ ଇଣ୍ଡିଆକୁ ମଧ୍ୟ ଚିଠି ଲେଖି ଫୈଜଲଙ୍କୁ ନିଜ ପ୍ଲାଟଫର୍ମରେ ବ୍ଲକ କରିବାକୁ କହିଛନ୍ତି ।

ଏହି ଘଟଣାକୁ ଆଧାର କରି ଟ୍ବିଟରରେ #BanTiktok ବର୍ତ୍ତମାନ ଟ୍ରେଣ୍ଡ କରିବାରେ ଲାଗିଛି । ପ୍ରକାଶ ଥାଉକି ଯେ ଫୈଜଲ ଟିମ ନୱାବର ସଦସ୍ୟ ଆଉ ଆମୀର ସିଦ୍ଦିକୀଙ୍କ ଭାଇ। ନିକଟରେ ତାଙ୍କ ଭାଇଙ୍କ ଏକ ଟିକଟକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ରାୟ ଦେଇଥିଲେ ଯେ ଟିକଟକ, ୟୁଟ୍ୟୁବଠୁ କାହିଁକି ଭଲ । ଯାହାପରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ବାକ୍ ଯୁଦ୍ଧ ଏଯାବତ ଦେଖିବାକୁ ମିଳୁଛି।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.