ETV Bharat / sitara

ଓପନିଂ ଡେରେ ‘ବାଗି 3’ର ସାନଦାର ପ୍ରଦର୍ଶନ

author img

By

Published : Mar 7, 2020, 6:09 PM IST

ଆକ୍ସନକ ଓଭରଡୋଜ ନେଇ ପରଦାରେ ନଜର ଆସିବେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁର। ରିଲିଜର ପ୍ରଥମଦିନରେ ଦୁଇଜଣଙ୍କ ଅଭିନୀତ ଫିଲ୍ମ ‘ବାଗି 3’ ଆୟ କରିଛି 17 ରୁ 18 କୋଟି ।

tiger shroff
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ

ମୁମ୍ବାଇ: ଆକ୍ସନ ହିରୋ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ବାଗି 3’ ଶୁକ୍ରବାର ରିଲିଜି ହୋଇଯାଇଛି । ଜବରଦସ୍ତ ଆକ୍ସନ ଓ ସାନଦାର ଷ୍ଟଣ୍ଟଭରା ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିବାରେ ସଫଳ ହୋଇଛି।

‘ବାଗି’ ସିରିଜର ଏହା ତୃତୀୟ ଫିଲ୍ମ। ଯାହାର ଓପନିଂ ଡେ କଲେକ୍ସନ ସ୍ପଷ୍ଟ କରୁଛି ଯେ ଦର୍ଶକଙ୍କୁ ଫିଲ୍ମଟି ଖୁବ୍ ପସନ୍ଦ ଆସୁଛି । ହେଲେ ଏହି ଫ୍ଲିମ ଦର୍ଶକଙ୍କ ମନ କିଣିଥିବା ବେଳେ କ୍ରିଟିକ୍ସଙ୍କୁ ଖାସ୍ ପସନ୍ଦ ଆସିନାହିଁ। ତଥାପି ଟାଇଗରଙ୍କ ଫିଲ୍ମ ରିଲିଜର ପ୍ରଥମ ଦିନରେ ଭଲ ଆୟ କରିଛି । ଯାହାର ରିପୋର୍ଟ ସାମ୍ନାକୁ ଆସିଯାଇଛି। ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଫିଲ୍ମଟି ପ୍ରଥମଦିନରେ 17ରୁ 18 କୋଟି ଆୟ କରିଛି।

ପ୍ରକାଶ ଥାଉକି ଏହି ସିରିଜର ପୂର୍ବ ଫିଲ୍ମ ‘ବାଗି’ 2016ରେ ଆସିଥିଲା। ଯେଉଁଥିରେ ଟାଇଗରଙ୍କ ସହ ଶ୍ରଦ୍ଧାଙ୍କ ରୋମାନ୍ସ ଦେଖିବାକୁ ମିଳିଥିଲା। ଆଉ ‘ବାଗି 2’ରେ ଦିଶା ପଟାନୀଙ୍କ ସହ ରୋମାନ୍ସ କରିଥିଲେ ଟାଇଗର । ଦୁଇଟି ଫିଲ୍ମ ବକ୍ସ ଅଫିସରେ ସାନଦାର ପ୍ରଦର୍ଶନ କରିଥିଲେ। ଆକ୍ସନର ଓଭରଡୋଜ ‘ବାଗି 3’ରେ ଦେଖିବା ପାଇଁ ବ୍ୟାକୁଳ ଥିଲେ ଦର୍ଶକ।

‘ବାଗି 2’ ପାଖାପାଖି 200 କୋଟି ଆୟ କରିଥିଲା । ସେହିପରି ବାଗି 150 କୋଟି ଆୟ କରିବାରେ ସଫଳ ହୋଇଥିଲା । ଏବେ ଦେଖିବାକୁ ବାକି ରହିଲା ‘ବାଗି 3’ ବକ୍ସ ଅଫିସରେ କେବେ 100 କୋଟି କ୍ଲବରେ ସାମିଲ ହେଉଛି।

ପ୍ରକାଶ ଥାଉ କି ଫିଲ୍ମରେ ଟାଇଗର ଓ ଶ୍ରଦ୍ଧାଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ, ବିଜୟ ବର୍ମା, ଜୟଦୀପ ଅହଲାଭତ ଜମୀର ଖେରି ଓ ଦାନିଶ ଭଚ୍ଚ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.