ମୁମ୍ବାଇ: ବଲିଉଡର ଆକ୍ସନ୍ ଷ୍ଟାର ଟାଇଗର ଶ୍ରଫ୍ ମାଇକେଲ ଜ୍ୟାକସନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହେଲେ ଟିକେ ଭିନ୍ନ ଅନ୍ଦାଜରେ ।
- " class="align-text-top noRightClick twitterSection" data="
">
ଜ୍ୟାକସନଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀରେ ଟାଇଗର ତାଙ୍କ ମୁନ୍ନା ମାଇକେଲ୍ ଟ୍ରାକରେ 'ଫିଲ୍ ଦ ରିଦିମ୍' ଏବଂ 'ବେପରୱା' ଭଳି ଗୀତରେ ଏକ ଡ୍ୟାନ୍ସ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ଟାଇଗର ଜ୍ୟାକସନଙ୍କ କିଛି ଆଇକନ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି ।
ଟାଇଗର ଲେଖିଛନ୍ତି, ଏତେ ଧୁଆଁ ସହ ମୋ ସାମନାରେ ଥିବା କୌଣସି ଜିନିଷକୁ ମୁଁ ଦେଖିପାରେନି, କେଜାଣି କେମିତି ତୁମେ ସେ ଡାନ୍ସ ସବୁ ଏତେ ଆରାମରେ କରିଦେଇଥିଲ। ଆମମାନଙ୍କ ପାଇଁ ଉଦାହରଣ ଛାଡିଥିବାରୁ ତୁମକୁ ବହୁତ ଧନ୍ୟବାଦ ।# 1959-2009 #ripking @michaeljackson ।
ପ୍ରକାଶ ଥାଉ କି, ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ବାଗୀ-3 ରେ ଟାଇଗରଙ୍କୁ ଶେଷ ଥର ପାଇଁ ପରଦାରେ ଦେଖିବାକୁ ମିଳିଥିଲା ।