ETV Bharat / sitara

ଏହି ଷ୍ଟାରଙ୍କୁ କପି କରନ୍ତି ଟାଇଗର - fashion

ବଲିଉଡର ୟୁଥ ଆଇକନଙ୍କ ଜଲୱା ସବୁବେଳେ ନିଆରା । କିନ୍ତୁ ଫ୍ୟାଶନରେ ସେ ସବୁବେଳେ ବାପାଙ୍କୁ ଫଲୋ କରିବା କଥା ଏଖ ସାକ୍ଷାତକାରରେ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଟାଇଗର ଶ୍ରଫ
author img

By

Published : Apr 6, 2019, 6:18 AM IST

ମୁମ୍ବାଇ: ୟୁଥ ଆଇକନ ଟାଇଗର ଶ୍ରଫ ଏବେ ନିଜ ଫ୍ୟାଶନକୁ ନେଇ ଚର୍ଚ୍ଚାରେ । ତାଙ୍କ ଆକ୍ସନ, ଷ୍ଟାଇଲ ଉପରେ ଫିଦା ଅନେକ ଫ୍ୟାନ୍ସ । ତାଙ୍କୁ କପି କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ । କିନ୍ତୁ ଫ୍ୟାନ୍ସଙ୍କୁ ଜଣାନାହିଁ ଯେ ଟାଇଗର ମଧ୍ୟ ଆଉ ଜଣେ ଅଭିନେତାଙ୍କ ଫ୍ୟାଶନ ଉପରେ ଫିଦା ବୋଲି । । ତେବେ ଆସନ୍ତୁ ଜାଣିବା ସେହି ଷ୍ଟାରଙ୍କ ବିଷୟରେ...

ଟାଇଗର ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ଫ୍ୟାଶନ କଥା ଆସିଲେ, ସେ ନିଜ ପିତା ଅର୍ଥାତ୍ ଅଭିନେତା ଜ୍ୟାକି ଶ୍ରଫଙ୍କ ଠାରୁ ପାଦେ ଆଗକୁ ଚାଲିବାକୁ ଚେଷ୍ଟା କରିଥାଆନ୍ତି । ଟାଇଗର ବୁଧବାର କ୍ଲୋଦିଂ ବ୍ରାଣ୍ଡ 'ଲାଇଫଷ୍ଟାଇଲ'ର 20ତମ ବାର୍ଷିକ ଅବସରରେ ସାମିଲ ହୋଇଥିଲେ । ସେଠାରେ ସେ ନିଜ ଫ୍ୟାଶନ ବିଷୟରେ ସେ ଖୁଲାସା କରିଥିଲେ । ଫ୍ୟାଶନ ମାମଲାରେ ସେ ବାପାଙ୍କୁ ହିଁ ଫଲୋ କରିନ୍ତି । ସେ ଯାହା ପିନ୍ଧିନ୍ତି, ତାଙ୍କୁ ସମୂର୍ଣ୍ଣ ରୂପେ ଫଲୋ କରିପାରନ୍ତି ନାହିଁ । କିନ୍ତୁ ତାଙ୍କ ବିନ୍ଦାସ ଅନ୍ଦାଜ ଏବଂ ଷ୍ଟାଇଲକୁ କପି କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । କାରଣ ସେ ଯାହା ମଧ୍ୟ ପିନ୍ଧିଲେ, ସେଥିରେ ସେ ଭଲ ଲାଗନ୍ତି ।

ଖୁବ୍ ଶୀଘ୍ର କରନ ଜୋହରଙ୍କ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2' ଫିଲ୍ମରେ ନଜର ଆସିବେ ଟାଇଗର । ତାଙ୍କ ସହ ମୁଖ୍ୟ ଭୂମିକାରେ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ମଧ୍ୟ ଦେଖାଯିବେ । ଦୁଇଜଣ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.