ହାଇଦ୍ରାବାଦ: ଟାଇଗର -3 ରିଲିଜ୍ ଡେଟ ଘୋଷଣା ପରେ ଫ୍ୟାନ୍ସଙ୍କ ମଧ୍ୟରେ ବଢି ଯାଇଛି ଉତ୍ସାହ । ଭାଇଜାନଙ୍କ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଓ ଇଣ୍ଟରନେଟରେ ଫିଲ୍ମ ଆରମ୍ଭ ହୋଇଯାଇଛି ବହୁ କଳ୍ପନାଜଳ୍ପନା । ହିନ୍ଦୀ ସିନେମାର ସବୁଠାରୁ ବଡ ହିଟ୍ ଫ୍ରାଞ୍ଚାଇଜ୍ ମଧ୍ୟରୁ 'ଟାଇଗର' ସିରିଜର ଏହି ପରବର୍ତ୍ତୀ ଚଳଚ୍ଚିତ୍ରରେ ସଲମାନ ଖାନ ପୁଣି ଥରେ ଜାସୁସ ଟାଇଗର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ସଲମାନଙ୍କ ସହ କ୍ୟାଟ୍ରିନା କୈଫ ପୁଣି ଥରେ ଜୋୟା ଭୂମିକାରେ ଫେରୁଛନ୍ତି । ଫିଲ୍ମର ନିର୍ଦ୍ଦେଶକ ମନୀଶ ଶର୍ମା ରିଲିଜ୍ ହେବାର କିଛି ମିନିଟ୍ ମଧ୍ୟରେ 'ଟାଇଗର' 'ରିଲିଜ୍ ତାରିଖ ଘୋଷଣା କରିଥିବା ଭିଡିଓ ପଛର କାରଣ ବିଷୟରେ କହିଛନ୍ତି।
- " class="align-text-top noRightClick twitterSection" data="
">
ମନୀଷ କହିଛନ୍ତି, 'ଯେତେବେଳେ ମୋତେ ଟାଇଗର ଚଳଚ୍ଚିତ୍ର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା, ସେତେବେଳେ ମୋର କେବଳ ଗୋଟିଏ ସ୍ୱପ୍ନ ଥିଲା- ଏହି ଲୋକପ୍ରିୟ ଏବଂ ଚର୍ଚ୍ଚିତ ଫ୍ରାଞ୍ଚାଇଜକୁ ଏମିତି ଏକ ସ୍ତରକୁ ଆଣିବା ଯାହା ଏକ ନୂଆ ବେଞ୍ଚମାର୍କ ସ୍ଥାପିତ କରିବ । ଲଞ୍ଚର ଘୋଷଣା କରିବା ସହିତ ମୁଁ ଚାହୁଁଥିଲି, ଟାଇଗର ଏବଂ ଜୋୟାଙ୍କ ବହୁଚର୍ଚ୍ଚିତ ଯୋଡିର ବ୍ୟକ୍ତିତ୍ବରେ ଲଗାତାର ଚମକ ଆସୁ ଏବଂ ମୁଁ ଭାବୁଛି ଏହି ଜିନିଷ ହିଁ ଏହି ଘୋଷଣାକୁ ପ୍ରଶଂସକଙ୍କ ମଧ୍ୟରେ ଏତେ ବଡ ହିଟ କରିଦେଇଛି । ମୁଁ କେବଳ ଏତିକି କହିପାରେ ଯେ, ପ୍ରକୃତରେ ଚଳଚ୍ଚିତ୍ରଟି ଏମିତି ହୋଇଛି, ଯାହା ଅପେକ୍ଷା କରିବାର ଯୋଗ୍ୟ ଅଟେ । ଇଦ୍ ଅବସରରେ ଅର୍ଥାତ 2023 ଏପ୍ରିଲ୍ 21 ରେ ଫିଲ୍ମ 'ଟାଇଗର-3' ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଶ ଶର୍ମା।
ଏହା ବି ପଢନ୍ତୁ: ଇଦରେ ଆସିବ Tiger 3, ସାମ୍ନାକୁ ଆସିଲା ସଲମାନ-କ୍ୟାଟ୍ରିନାଙ୍କ ଫାଷ୍ଟ ଲୁକ୍
ତେବେ 2023 ମସିହାରେ ସଲମାନ ପ୍ରଶଂସକମାନଙ୍କୁ 'ଟାଇଗର -3' ଚଳଚ୍ଚିତ୍ର ଦେଖିବାର ସୁଯୋଗ ଦେଉଛନ୍ତି । କେବଳ ଏଇ ଗୋଟିଏ ନୁହେଁ, ପ୍ରଶଂସକମାନେ ଇଦରେ ଫିଲ୍ମ 'ଭାଇ' ମଧ୍ୟ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରରେ ସଲମାନଙ୍କ ସହ ଅଭିନେତା ଭିକି କୌଶଲଙ୍କ ପତ୍ନୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏଥି ସହିତ ସଲମାନ ଖାନଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ'ର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଥିଲା। 2023 ଇଦ୍ ଅବସରରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଡିସେମ୍ବରେ, ସଲମାନ ଖାନଙ୍କ ଜନ୍ମଦିନ (27 ଡିସେମ୍ବର) ଅବସରରେ ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ