ETV Bharat / sitara

ତାରା ସୁତାରିୟା ଏବଂ ଅରମାନ ମଲିକଙ୍କ ଥ୍ରୋବ୍ୟାକ ଫଟୋ ହେଲା ଭାଇରାଲ - THIS throwback picture of Tara Sutaria

ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି ତାରା ସୁତାରିୟାଙ୍କ ଏକ ପୁରୁଣା ଫଟୋ । ଏହି ଫଟୋରେ ସେ ତାଙ୍କର ପ୍ରିୟ ବନ୍ଧୁ ତଥା ଗାୟକ ଅରମାନ ମଲିକଙ୍କ ସହ ପୋଜ କରୁଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

THIS throwback picture of Tara Sutaria and Armaan Malik
ତାରା ସୁତାରିୟା ଏବଂ ଅରମାନ ମଲିକଙ୍କ ଥ୍ରୋବ୍ୟାକ ଫଟୋ ହେଲା ଭାଇରାଲ
author img

By

Published : May 22, 2020, 7:07 AM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାରା ସୁତାରିୟା ଗତ ବର୍ଷ ଟାଇଗର ଶ୍ରଫଙ୍କ ସହ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାରାଙ୍କ ଚତ୍ମକାର ଅଭିନୟ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ଏହାସହ ତାରା ପ୍ରଶଂସକମାନଙ୍କ ଠାରୁ ବହୁ ପ୍ରଶଂସା ଅର୍ଜନ କରିବାରେ ମଧ୍ୟ ସଫଳ ହୋଇଥିଲେ । ଏହାପରେ ତାରା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ତାଙ୍କର ଦ୍ୱିତୀୟ ଫିଲ୍ମ‘ମରଜାୱାଂ’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

ତାରାଙ୍କର ଏକ ପୁରୁଣା ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସେ ତାଙ୍କର ପ୍ରିୟ ବନ୍ଧୁ ତଥା ଗାୟକ ଅରମାନ ମଲିକଙ୍କ ସହ ପୋଜ କରୁଥିବାର ଦେଖିବାକୁ ମିଳିଥିଲା । ସେମାନେ ପିଲାଦିନର ବନ୍ଧୁ ଅଟନ୍ତି । ଏହି ଥ୍ରୋବ୍ୟାକ ଫଟୋରେ ତାରା ଏବଂ ଅରମାନଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ନିକଟରେ ତାରା ତାଙ୍କ ଭଉଣୀ ପିଆଙ୍କ ସହ ଏକ ସୁନ୍ଦର ପିଲାଦିନର ଫଟୋ ସେୟାର କରିଥିଲେ । ଏହି ଲକଡାଉନ ସମୟରେ ତାରା ତାଙ୍କ ପରିବାରଙ୍କ ସହିତ ସମୟ ବିତାଉଛନ୍ତି । ଏହାସହ ତାରା ଘରେ ରହି ପାର୍ସୀ ଡିସ ରାନ୍ଧିବା ଶିଖୁଛନ୍ତି । ସେ ଜଙ୍ଗଲି ମଟନ ଏବଂ ଛୋଲେ ତିଆରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.