ମୁମ୍ବାଇ: କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ ଅର୍ଥାତ୍ ସେନ୍ସର ବୋର୍ଡ(CBFC) ସହ ଦୀର୍ଘ ଆଠ ମାସ ପର୍ଯ୍ୟନ୍ତ ସଂଘର୍ଷ କରିଆସୁଥିବା ନିର୍ଦ୍ଦେଶକ ଅଶ୍ବିନ କୁମାରଙ୍କୁ ଏବେ ମିଳିଛି ଆଶ୍ବସନା । ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ନୋ ଫାଦର୍ସ ଇନ କଶ୍ମୀର'କୁ ମିଳିଯାଇଛି ଗ୍ରୀନ ସିଗନାଲ । ତାଙ୍କ ଫିଲ୍ମଟି ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି ।
- " class="align-text-top noRightClick twitterSection" data="">
ବୟାନ ଦେବାକୁ ଯାଇ ନିର୍ଦ୍ଦେଶକ ଅଶ୍ବିନ କହିଛନ୍ତି କି ଏହି ଫିଲ୍ମଟି ଦେଶର ଯୁବପୀଢିଙ୍କ ଉଦ୍ଦେଶ୍ୟରେ ନିର୍ମିତି ହୋଇଛି । କାରଣ ସେ ଆଶାବାଦି ସହ କଶ୍ମୀର ଯୁବ ନାଗରିକଙ୍କ ସହ ସମ୍ପୃକ୍ତ ହେଉପାରିବେ । 'A' ପ୍ରମାଣପତ୍ର ଏହି ଦୁଇ ଦର୍ଶକ ବର୍ଗକୁ ପରସ୍ପର ଠାରୁ ଅଲଗା ରଖିବ । ଏବେ ସେ ଆଶ୍ବସ୍ଥ ଅଛନ୍ତି କି ଯୁବପୀଢି କଶ୍ମୀର ପାଇଁ ନିଜ ହୃଦୟର ସ୍ପନ୍ଦନ ସହ ବାହାରିବେ ।
No Fathers in Kashmir, FINALLY gets a release date after 8 months! https://t.co/nSYOwBisTJ
— Soni Razdan (@Soni_Razdan) March 14, 2019 " class="align-text-top noRightClick twitterSection" data="
">No Fathers in Kashmir, FINALLY gets a release date after 8 months! https://t.co/nSYOwBisTJ
— Soni Razdan (@Soni_Razdan) March 14, 2019No Fathers in Kashmir, FINALLY gets a release date after 8 months! https://t.co/nSYOwBisTJ
— Soni Razdan (@Soni_Razdan) March 14, 2019
ଅନେକ କଟ୍ ପରେ ଏଫସିଏଟି ଫିଲ୍ମକୁ ରିଲିଜ କରିବାକୁ ଅନୁମତି ଦେଇଛି । ଅଶ୍ବିନ ଏହି ଫିଲ୍ମରେ ଲେଖକ, ନିର୍ଦ୍ଦେଶକ ଏବଂ ଅଭିନେତା ରୂପେ ମଧ୍ୟ କାମ କରିଛନ୍ତି । ତାଙ୍କ ସହ ଅଭିନେତ୍ରୀ ଅର୍ଥାତ୍ ଆଲିୟା ଭଟ୍ଟଙ୍କ ମା' ସୋନୀ ରାଜଦାନ, କୁଲଭୂଷଣ ଖରବନ୍ଦା, ଅଂଶୁମାନ ଝା ଓ ମାୟା ସାରାଓ ମୁଖ୍ୟ ଭୂମିକାରେ ନଜର ଆସିବେ ।
ସୋନି ଗୁରୁବାର ଟ୍ବିଟ କରି କହିଥିଲେ କି ଫିଲ୍ମ ରିଲିଜ ତାରିଖ ଘୋଷଣା ହେବାରୁ ସେ ବହୁତ ଖୁସି ଅଛନ୍ତି । ଫିଲ୍ମର କାହାଣୀ ଜଣେ ବ୍ରିଟିଶ-କଶ୍ମୀରୀ ନାବାଳିକା ଝିଅ ନୁର ଉପରେ ଆଧାରିତ । ଯିଏ ନିଜ ପିତାକୁ ଖୋଜିବା ପାଇଁ କଶ୍ମୀର ଯାତ୍ରାରେ ବାହାରୁଛନ୍ତି। ଏହି ଫିଲ୍ମଟିକୁ ସେନ୍ସର ବୋର୍ଡରୁ ପାସ୍ କରିବା ପାଇଁ ଫିଲ୍ମ ନିର୍ମାତାଙ୍କୁ ପାଖାପାଖି 8 ମାସ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା । 2018 ଜୁଲାଇରେ ସେନ୍ସର ସାର୍ଟିଫିକେଟ ପାଇଁ ସାଧାରଣ ଆବେଦନ ରୂପେ ଆରମ୍ଭ ହୋଇଥିବା ଫିଲ୍ମକୁ ମଞ୍ଜୁରୀ ଦେବାର ପ୍ରୟାସ ଏବେ ସମାପ୍ତ ହୋଇଛି ।