ହାଇଦ୍ରାବାଦ: 2022 ବର୍ଷର ଜନ ଚିତ୍ତାକର୍ଷକ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ୍ସ'ର ରେକର୍ଡ ଭାଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କମ୍ ବଜେଟରେ ନିର୍ମିତ 'କାଶ୍ମୀର ଫାଇଲ୍ସ' ଏହିପରି ସଫଳତାର ସ୍ୱାଦ ଚଖାଇବ, କେହି ଭାବି ନଥିଲେ । ଏହି ଫିଲ୍ମ ଖୁବ୍ ଶୀଘ୍ର 200 କୋଟିରେ ଏଣ୍ଟ୍ରି କରିବାକୁ ଯାଉଛି। ସୁପର ସକ୍ସେସଫୁଲ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ୍ସ'ର କଲେକ୍ସନ ବିଷୟରେ ଆପଣ ପୂର୍ବରୁ ଜାଣିଥିବେ । କିନ୍ତୁ କଣ ଆପଣ ଏହି ଚଳଚ୍ଚିତ୍ରର ଷ୍ଟାରକାଷ୍ଟ ଫି ବିଷୟରେ ଜାଣିଛନ୍ତି କି? ଏହି ରିପୋର୍ଟରେ ଆମେ 'କାଶ୍ମୀର ଫାଇଲ୍ସ'ର ତାରକାମାନଙ୍କ ଫି ସମ୍ପର୍କରେ ଖୁଲାସା କରିଛୁ ।
ଅନୁପମ ଖେର
କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାକୁ ବହୁତ ସୁନ୍ଦର ସେହି ବ୍ୟକ୍ତି ହିଁ ବର୍ଣ୍ଣନା କରିପାରିବେ, ଯିଏ ଏହି ଯନ୍ତ୍ରଣାକୁ ଭୋଗିଥିବ । ଫିଲ୍ମ ପାଇଁ କାଶ୍ମୀରୀ ପଣ୍ଡିତ ଅନୁପମ ଖେରଙ୍କଠାରୁ ଭଲ କାଷ୍ଟିଂ ବୋଧ ହୁଏ ହୋଇପାରି ନଥାନ୍ତା। ଏହି ସିନେମାରେ ସେ ପୁଷ୍କର ନାଥ ପଣ୍ଡିତ ଭୂମିକାରେ ଅଭିନୟ କରିଛନ୍ତି। ସେ ଏହି ଭୂମିକାକୁ ଜୀବନ୍ତ କରିଦେଇଛନ୍ତି । ଖବର ଅନୁଯାୟୀ ଅନୁପମ ଖେର ଏହି ଭୂମିକା ପାଇଁ 1କୋଟି ଫି ନେଇଛନ୍ତି।
ବିବେକ ଅଗ୍ନିହୋତ୍ରୀ
କାଶ୍ମୀର ଫାଇଲ୍ସ ପରି ଏକ ଐତିହାସିକ ଚଳଚ୍ଚିତ୍ର ନିର୍ମାଣ କରିଥିବା ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ର ପାଇଁ 1କୋଟି ଫି ନେଇଛନ୍ତି। ବିବେକ ମଧ୍ୟ ଏହାର ଯୋଗ୍ୟ ଅଟନ୍ତି । ସେ ଯେଉଁ ପ୍ରକାର କାଶ୍ମୀରୀ ପଣ୍ଡିତମାନଙ୍କ ଯନ୍ତ୍ରଣା ଦେଖାଇଛନ୍ତି, ସମସ୍ତେ ତାଙ୍କ ନିର୍ଦ୍ଦେଶନାକୁ ପ୍ରଶଂସା କରୁଛନ୍ତି |
ପଲ୍ଲବୀ ଯୋଶୀ
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମରେ ତାଙ୍କ ପତ୍ନୀ ପଲ୍ଲବୀ ଯୋଶୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ରାଧିକା ମେନନ୍ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକା ପାଇଁ ପଲ୍ଲବୀଙ୍କୁ 50-70 ଲକ୍ଷ ଟଙ୍କା ଚାର୍ଜ କରିଥିଲେ ।
ଦର୍ଶନ କୁମାର
ଅଭିନେତା ଦର୍ଶନ କୁମାର କୃଷ୍ଣା ପଣ୍ଡିତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ଅଭିନୟକୁ ପ୍ରଶଂସା କରାଯାଉଛି । ଏହି ଭୂମିକା ପାଇଁ ଦର୍ଶନ କୁମାର 45 ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି ।
ମିଥୁନ ଚକ୍ରବର୍ତ୍ତୀ
ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ କାଶ୍ମୀର ଫାଇଲରେ ଆଇଏଏସ୍ ବ୍ରହ୍ମା ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ମିଥୁନ୍ ଚକ୍ରବର୍ତ୍ତୀ ଏଥିପାଇଁ 1.5 କୋଟି ଟଙ୍କା ନେଇଛନ୍ତି।
ପୁନିତ ଇସ୍ସର
ପୁନିତ୍ ଇସ୍ସର ଫିଲ୍ମ ‘କାଶ୍ମୀର ଫାଇଲ୍ସ’ରେ ଡିଜିପି ହରି ନାରାଇନଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପୁନିତ ଏହି ଭୂମିକା ପାଇଁ 50 ଲକ୍ଷ ଫି ନେଇଥିବା ଖବର ରହିଛି।
ମୃଣାଳ କୁଲକର୍ଣ୍ଣି
ଏହି ଚଳଚ୍ଚିତ୍ରରେ ମୃଣାଳ କୁଲକର୍ଣ୍ଣି ଲକ୍ଷ୍ମୀ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃଣାଳ ଏହି ପ୍ରମୁଖ ଭୂମିକା ପାଇଁ 50 ଲକ୍ଷ ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ