ETV Bharat / sitara

ଟେଲିଭିଜନ ଅଭିନେତ୍ରୀ ଆତ୍ମହତ୍ୟା ମାମଲା, ତେଲୁଗୁ ନିର୍ମାତା ଗିରଫ - producer arrested for tv actors suicide

ତେଲୁଗୁ ଟେଲିଭିଜନ ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପାଲ୍ଲୀଙ୍କ ଆତ୍ମହତ୍ୟା ମାମଲାରେ ତେଲୁଗୁ ଚଳଚ୍ଚିତ୍ର ନିର୍ମାତା ଅଶୋକ ରେଡ୍ଡୀଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ଗିରଫ ହୋଇଥିବା ଚଳଚ୍ଚିତ୍ର ନିର୍ମାତା ହେଉଛନ୍ତି ତୃତୀୟ ଅଭିଯୁକ୍ତ । ଅଧିକ ପଢନ୍ତୁ...

telugu film producer arrested for tv actors suicide
ଶ୍ରାବଣୀ କୋଣ୍ଡାପାଲ୍ଲୀ ଆତ୍ମହତ୍ୟା ମାମଲାରେ ଜଣେ ତେଲୁଗୁ ଚଳଚ୍ଚିତ୍ର ନିର୍ମାତା ଗିରଫ
author img

By

Published : Sep 17, 2020, 3:48 PM IST

ହାଇଦ୍ରାବାଦ: ତେଲୁଗୁ ଟେଲିଭିଜନ ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପଲ୍ଲୀଙ୍କ ଆତ୍ମହତ୍ୟା ମାମଲାରେ ହାଇଦ୍ରାବାଦ ପୋଲିସ ବୁଧବାର ତେଲୁଗୁ ଚଳଚ୍ଚିତ୍ର ନିର୍ମାତା ଅଶୋକ ରେଡ୍ଡୀଙ୍କୁ ଗିରଫ କରିଛି।

ଶ୍ରାବଣୀ ଗତ ସପ୍ତାହରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୋମବାର ଦିନ ଠାରୁ ଫେରାର ଥିବା ଅଶୋକଙ୍କ ସହିତ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି।

ଏହି ଆତ୍ମହତ୍ୟା ମାମଲାରେ କୃଷ୍ଣା ରେଡ୍ଡୀ ଏବଂ ଦେବରାଜ ରେଡ୍ଡୀଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯିବା ପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ହେଉଛନ୍ତି ତୃତୀୟ ଅଭିଯୁକ୍ତ। ନିର୍ମାତାଙ୍କୁ ଯାଞ୍ଜ ପାଇଁ ଡାକ୍ତରଖାନା ନିଆଯାଇଛି, ପରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ଶ୍ରାବଣୀ 8 ସେପ୍ଟେମ୍ବରରେ ହାଇଦ୍ରାବାଦର ମଦୁରାନଗରରେ ଥିବା ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସେ 'ମନସୁ ମମତା' ଏବଂ 'ମୌଉନାଗମ' ଭଳି ତେଲୁଗୁ ସିରିଏଲରେ କାମ କରି ଜଣାଶୁଣା ଥିଲେ।

ପୋଲିସ୍ ଆର୍ ଶ୍ରୀନିବାସ କହିଛନ୍ତି ଯେ, ଶ୍ରାବଣୀ 2017 ରେ ଅଶୋକ ରେଡ୍ଡୀଙ୍କ ସହ ଯୋଗାଯୋଗ କରିଥିଲେ, ଯେଉଁଠାରେ ନିର୍ମାତା ତାଙ୍କୁ ଏକ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକା ଦେଇଥିଲେ, ଯାହା ପରେ ଦୁହେଁ ବନ୍ଧୁ ହୋଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.