ହାଇଦ୍ରାବାଦ: କିଛି ବର୍ଷ ହେବ ବଲିଉଡରେ ପୁରୁଣା ଟ୍ରେଣ୍ଡର ଶେଷ ହେବା ସହ କିଛି ନୂଆ ଟ୍ରେଣ୍ଡ ଆରମ୍ଭ ମଧ୍ୟ ହୋଇଛି । ସେଥିମଧ୍ୟରୁ ଟେଲିଭିଜନ କଳାକାରଙ୍କ ବଲିଉଡ ଏଣ୍ଟ୍ରି ଅନ୍ୟତମ । ତେବେ ଟେଲିଭିଜନର ଅନେକ ଷ୍ଟାର ବଲିଉଡରେ ନିଜ କିସମତକୁ ପରଖି ସାରିଛନ୍ତି ।
ଏବେ ଫିଲ୍ମ ‘ଶିଦ୍ଦତ’ ଜରିଆରେ ଦୁଇ ପପୁଲାର ଟେଲିଭିଜନ କଳାକାରଙ୍କୁ ଦେଖିବାକୁ ମିଳିବ । ଟେଲିଭିଜନ ମହାଦେବ ମୋହିତ ରାଏନାଙ୍କ ସହ ନଜର ଆସିବେ ‘ୟେ ହେ ଆଶିକି’ର ଷ୍ଟାର ରାଧିକା ମଦାନ । ତେବେ ଏହି ଦୁଇଙ୍କ ସହ ଅଭିନେତା ସନ୍ନୀ କୌଶଲ ଓ ଡାଏନା ପେଣ୍ଟି ନଜର ଆସିବେ ।
ଦିନେଶ ବିଜନ ଓ ଭୂଷଣ କୁମାରଙ୍କ ଦ୍ବାରା ନିର୍ମିତ ଫିଲ୍ମ ଶିଦ୍ଦତର ସୁଟିଂ ସେପ୍ଚେମ୍ବରରେ ଆରମ୍ଭ ହେବ । ଫିଲ୍ମର ସୁଟିଂ ପଞ୍ଜାବ, ପ୍ୟାରିସ ଓ ଲଣ୍ଡନରେ ହେବ । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କୁନାଲ ଦେଶମୁଖ ।