ହାଇଦ୍ରାବାଦ: ରିଲିଜ ହେଉଛି ଡିଜନିର ପପୁଲାର ଫିଲ୍ମ ‘ଦି ଲାଏନ କିଙ୍ଗ’ । ଭାରତରେ ପ୍ରାୟ 4ଟି ଭାଷାରେ ଫିଲ୍ମକୁ ରିଲିଜ କରାଯିବ । ତେବେ ହିନ୍ଦୀ ଭର୍ସନରେ ଭଏସ ଦେଇଛନ୍ତି ଅନେକ ବଲିଉଡ ଷ୍ଟାର । ଫିଲ୍ମର ମୁଖ୍ୟ ଚରିତ୍ର ମୁସାଫା ଓ ସିମ୍ବା ପାଇଁ ନିଜର ଭଏସ ଦେବେ ବଲିଉଡ କିଙ୍ଗ ଶାହାରୁଖ ଖାନ ଓ ତାଙ୍କ ପୁଅ ଆର୍ଯ୍ୟନ । ତେବେ ଫିଲ୍ମଟି 19 ଜୁଲାଇରେ ରିଲିଜ ପୂର୍ବରୁ ଶାହାରୁଖ ସେୟାର କରିଛନ୍ତି ଫିଲ୍ମର ଟିଜର ।
ଏହି ଟିଜରରେ ଶାହାରୁଖ ପ୍ରଥମେ ସିମ୍ବା ବୋଲି ସମ୍ବୋଧିତ କରି ଡାଏଲୋଗ ଆରମ୍ଭ କରିଛନ୍ତି । ଡାଏଲୋଗରେ ରାଜା ହେବାର ଶିକ୍ଷା ସିମ୍ବାକୁ ଦେଉଥିବାର ଦେଖିବାକୁ ମିଳିଛି । ତେବେ ଶାହାରୁଖ ଓ ଆର୍ଯ୍ୟନଙ୍କ ଛଡା ଆଶିଷ ଦ୍ବିବେଦୀ, ଶ୍ରେୟସ ତଲପଡେ, ସଞ୍ଜୟ ମିଶ୍ର, ଗୋବର୍ଦ୍ଧନ ଅଶରାଣୀ ଆଦି ନିଜ କଣ୍ଠର ଯାଦୁ ଦେଖାଇବେ ‘ଲାଏନ କିଙ୍ଗ’ରେ ।
ଏହି ଫିଲ୍ମଟି 1994ର ଆନିମେଟଡ ଫିଲ୍ମର ରିମେକ । ଫିଲ୍ମର ନିର୍ଦ୍ଦେଶନା ଜନ ଫାଭର୍ୟୁ ଦେଉଥିବାବେଳେ କାହାଣୀ ଲେଖିଛନ୍ତି ଜେଫ ନାଥନସନ । ଫିଲ୍ମଟି ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ ଫିଲ୍ମରେ ରିଲିଜ ହେବ ।