ETV Bharat / sitara

ତସଲିମାଙ୍କ ରେଡିମେଡ୍‌ ବେବି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଝଡ - ବାଂଲାଦେଶ ଲେଖିକା ତସଲିମା ନସରିନ ଖବର

ବାଂଲାଦେଶର ଜଣେ ଲେଖିକା ତସଲିମା ନସରିନ ସରୋଗେସି ସନ୍ତାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସରୋଗେସି ଶିଶୁକୁ ରେଡିମେଟ ବୋଲି କହିଛନ୍ତି ତସଲିମା । ଏପରି କହି ସେ ପ୍ରିୟଙ୍କାଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ହଲ୍‌ଚଲ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ସରୋଗେସି ଶିଶୁକୁ ରେଡିମେଟ୍‌ କହିଲେ ତସଲିମା
ସରୋଗେସି ଶିଶୁକୁ ରେଡିମେଟ୍‌ କହିଲେ ତସଲିମା
author img

By

Published : Jan 27, 2022, 9:26 AM IST

Updated : Jan 27, 2022, 11:53 AM IST

ମୁମ୍ବାଇ: ନିକଟରେ ମାଆ ହୋଇଛନ୍ତି ବଲିଉଡ ଦେଶୀ ଗର୍ଲ ପ୍ରୟାଙ୍କା ଚୋପ୍ରା । ଏ ନେଇ ପ୍ରିୟଙ୍କା ଓ ସ୍ବାମୀ ନିକ ଜୋନସ ସରୋଗେସି ମାଧ୍ୟମରେ କନ୍ୟା ସନ୍ତାନ ଜନ୍ମ ଦେଇଥିବାବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି । ଏହି ସମୟରେ ବାଂଲାଦେଶର ଜଣେ ଲେଖିକା ତସଲିମା ନସରିନ ସରୋଗେସି ସନ୍ତାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସରୋଗେସି ଶିଶୁକୁ ରେଡିମେଟ ବୋଲି କହିଛନ୍ତି ତସଲିମା । ଏପରି କହି ସେ ପ୍ରିୟଙ୍କାଙ୍କୁ ପରୋକ୍ଷ ଭାବରେ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ହଲ୍‌ଚଲ ସୃଷ୍ଟି ହୋଇଛି ।

  • How do those mothers feel when they get their readymade babies through surrogacy? Do they have the same feelings for the babies like the mothers who give birth to the babies?

    — taslima nasreen (@taslimanasreen) January 22, 2022 " class="align-text-top noRightClick twitterSection" data=" ">
  • My surrogacy tweets are about my different opinions on surrogacy. Nothing to do with Priyanka-Nick. I love the couple.

    — taslima nasreen (@taslimanasreen) January 23, 2022 " class="align-text-top noRightClick twitterSection" data=" ">

ସରୋଗେସିକୁ ନେଇ ଟ୍ବିଟରେ ଲେଖିଛନ୍ତି ସରୋଗେସି ମାଧ୍ୟମରେ ମାତୃତ୍ଵ ଲାଭ କରୁଥିବା ମା ପ୍ରକୃତରେ କଣ ସନ୍ତାନ ଜନ୍ମ କରିବାର ଅନୁଭବ ପାଇ ପାରିବେ । ମାର ବନ୍ଧନ କଣ ଏହି ରେଡିମେଟ ଶିଶୁ ସହ ଅଧିକ ସୁଦୃଢ ହୋଇପାରିବ । ଯେଉଁମାନେ ସରୋଗେସି ମାଧ୍ୟମରେ ନିଜର ରେଡିମେଟ୍ ଶିଶୁ ପାଇଥାନ୍ତି, ସେହି ମା’ ମାନଙ୍କୁ କେମିତି ଲାଗିଥାଏ ? କ’ଣ ସେମାନଙ୍କ ମଧ୍ୟରେ ସେହି ଭାବନା ରହିଥାଏ, ଯାହା ଜଣେ ଜନ୍ମକଲା ମା’ ମନରେ ରହିଥାଏ ବୋଲି ପ୍ରଶ୍ନ କରିଛନ୍ତି । ଜଣଙ୍କର ବ୍ୟକ୍ତିଗତ ଜୀବନ ଉପରେ ସେ ପ୍ରଶ୍ନ ଉଠାଇଥିବାରୁ ବିବାଦୀୟ ହୋଇଛନ୍ତି ତସଲିମା ନସରିନ ।

  • Surrogacy is possible because there are poor women. Rich people always want the existence of poverty in the society for their own interests. If you badly need to raise a child, adopt a homeless one. Children must inherit your traits---it is just a selfish narcissistic ego.

ତସଲିମାଙ୍କର ଏହି ମନ୍ତବ୍ୟ ପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାପରେ ସେ ଆଉ ଏକ ଟ୍ବିଟ କରିଥିଲେ ଏବଂ କହିଥିଲେ ସରୋଗେସି ହେଉଛି ଗରିବ ମହିଳାଙ୍କ ଉପରେ ଏକ ଶୋଷଣ । ଧନୀ ମା' ସରୋଗେସି ମାଧ୍ୟମରେ ସନ୍ତାନ ଜନ୍ମ ଦେବାକୁ ସେ ପସନ୍ଦ କରନ୍ତି ନାହିଁ । ସେ ଆହୁରି କହିଛନ୍ତି ଧନୀ ଲୋକ ସର୍ବଦା ନିଜର ସ୍ଵାର୍ଥ ପାଇଁ ସମାଜରେ ଗରିବୀ ଦେଖିବାକୁ ଚାହାନ୍ତି । ଯଦି ଆପଣଙ୍କୁ ଶିଶୁ ପାଳିବାକୁ ଏତେ ଇଚ୍ଛା, ତେବେ ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ। ଏହା କେବଳ ଏକ ସ୍ଵାର୍ଥୀ ଅହଙ୍କାରୀର ଅହଙ୍କାର। ତାଙ୍କର ଏହି ଟ୍ବଟ୍‌କୁ ନେଇ ଏବେ ବିବାଦ ଜୋର ଧରିଛି। ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି।

ବିବାଦୀୟ ହେବା ପରେ ସେ ପୁଣି ଆଉ ଏକ ଟ୍ବିଟ କରିଛନ୍ତି ଲେଖିଛନ୍ତି ମୋର ସରୋଗେସି ଟ୍ବିଟ ମୋ ବ୍ୟକ୍ତିଗତ ମତାମତ । ପ୍ରିୟଙ୍କା ଏବଂ ନିକଙ୍କୁ ନେଇ ଏହା ଜଡିତ ନୁହେଁ । ମୁଁ ସେ କପଲଙ୍କୁ ବହୁତ ଭଲପାଏ ବୋଲି ଟ୍ବିଟ କରିଛନ୍ତି ତସଲିମା ।

Last Updated : Jan 27, 2022, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.