ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କ ଅପକମିଂ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2' ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ଅଭିନେତ୍ରୀ ତାରା ସୁତାରିୟା ଖୁବ୍ ଶୀଘ୍ର ସଙ୍ଗୀତ ଦୁନିଆରେ ମଧ୍ୟ ଡେବ୍ୟୁ କରିବେ । ସେ ପ୍ରଥମଥର ଆକ୍ସନ ଅଭିନେତା ଟାଇଗର ଶ୍ରଫ, ଡେବ୍ୟୁଟାଣ୍ଟ ଅନନ୍ୟା ପାଣ୍ଡେଙ୍କ ସହ ଅଭିନୟ କରୁଥିବାର ଦେଖାଯିବେ । ଏହାସହ ସେ ଖୁବ୍ ଶୀଘ୍ର ଫିଲ୍ମ 'RX100'ରେ ଗୀତ ଗାଉଥିବାର ନଜର ଆସିବେ ।
ଏହି ଫିଲ୍ମଟି କରନଙ୍କ ପୂର୍ବ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟର ସିକ୍ବେଲ ଫିଲ୍ମ । ଏହି ସିକ୍ବେଲ ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି ପୁନୀତ ମାଲହୋତ୍ରା । ଏବେ ଶୁଣିବାକୁ ମିଳୁଛି ଯେ ତାରା 'RX100'ରେ ଗୀତ ଗାଇବେ ।
ପ୍ରକାଶ ଥାଉକି 'ଷ୍ଟୁଡେଣ୍ଟ ଅଫ ଦ ଇୟର-2'ର ଟ୍ରେଲର ଲଞ୍ଚି ସମୟରେ ତାରା ଲଗ ଜା ଗଲେ ଗୀତ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏହି ଖବର ଯେତେବେଳେ 'RX100' ନିର୍ମାତାଙ୍କ କାନରେ ପଡିଥିଲା, ତେବେ ସେ ଯୋଜନା କରିନେଇଥିଲେ କି ତାରାଙ୍କୁ ନିଜ ଫିଲ୍ମରେ ଗାଇବାର ସୁଯୋଗ ଦେବେ ।
ଖାଲି ଏତିକି ନୁହେଁ ସେ ବି-ଟାଉନର ଆନ୍ନା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀଙ୍କ 'RX100' ଫିଲ୍ମରେ ତାରା ଅଭିନୟ ମଧ୍ୟ କରିବେ ।