ନୂଆଦିଲ୍ଲୀ: ନିଜର ଡେବ୍ୟୁ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2' ରିଲିଜ ପୂର୍ବରୁ ଅଭିନେତ୍ରୀ ତାରା ସୁତାରିୟାଙ୍କୁ ଆଉ ବିଗବଜେଟ୍ ଫିଲ୍ମରେ ଅଫର ମିଳିଛି । ଏବେ ସେତେଲୁଗୁ ହିଟ୍ ଫିଲ୍ମ 'ଆରଏକ୍ସ-100'ର ରିମେକରେ କାମ କରିବାକୁ ଯାଉଛନ୍ତି । ସବୁଠାରୁ ବଡ ଖବର ହେଲା ଯେ,ତାଙ୍କ ସହ ବି-ଟାଉନର ଲୋକପ୍ରିୟ ଷ୍ଟାରକିଡ ନଜର ଆସିବେ । ସେ ଆଉ କେହି ନୁହଁନ୍ତି, ସେ ହେଲେ ବି-ଟାଉନର ଆନ୍ନା ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ ।
ସାଜିଦ ନାଦିଆୱାଲା ଏହି ଫିଲ୍ମର ରାଇଟ୍ସ ହାସଲ କରିସାରିଛନ୍ତି । ଆସନ୍ତା ଜୁନରେ ଫିଲ୍ମର ସୁଟି ଆରମ୍ଭ ହେବାର ଶୁଣିବାକୁ ମିଳୁଛି ।
ଏହି ଅବସରରେ ସାଜିଦ ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କୁ ଫିଲ୍ମ ପାଇଁ ମୁଖ୍ୟ ମହିଳା ଭୂମିକା ମିଳିସାରିଛି ଏବଂ ତାରା ଜଣେ ଶାନଦାର ଅଭିନେତ୍ରୀ ମଧ୍ୟ । ଦର୍ଶକଙ୍କ ପାଇଁ ଏହି ଫିଲ୍ମଟି ଖୁବ୍ ରୋମାଣ୍ଟିକ ଏବଂ ଶାନଦାର ହେବାକୁ ଯାଉଛି । ଜୁନରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ।
ଏହି ଫିଲ୍ମକୁ ନେଇ ଗତ ବର୍ଷ ମଧ୍ୟ ଅନେକ ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହା ତେଲୁଗୁ ଫିଲ୍ମ 'ଆରଏକ୍ସ-100' ରିମେକ ହେବ । ତେବେ ସୁନିଲଙ୍କ ପୁଅ ହିସାବରେ ବାପାଙ୍କ ପରି ପୁଅ ଆହାନଙ୍କଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ସେମିତି ଦେଖିବାକୁ ହଲେ 'ଆରଏକ୍ସ-100' ମଧ୍ୟ ଶାନଦାର ଆକ୍ସନ ପାଇଁ ହିଁ ହିଟ୍ ସାବ୍ୟସ୍ତ ହୋଇଥିଲା ।
ଫିଲ୍ମ ନିର୍ମାତା ମିଲନ ଲୁଥାରିୟା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ।ପ୍ରକାଶ ଥାଉକି ତାରା ଏହା ବ୍ୟତୀତ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଫିଲ୍ମ 'ମରଜାୱାଂ'ରେ ମଧ୍ୟ ନଜର ଆସିବେ ।