ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ କମିବାର ନାଁ ନେଉ ନାହିଁ । ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଏଯାବତ ଏହାର ଶିକାର ହେଉଛନ୍ତି । ଗତ ସପ୍ତାହରୁ ଅନେକ ବଲିଉଡ ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇଛନ୍ତି । ଏହି ତାଲିକାରେ ରଣବୀର କପୁର, ଭଂସାଲୀ, ମନୋଜ ବାଜପେୟୀ, ଆଶିଷ ବିଦ୍ୟାର୍ଥୀ । ଇତିମଧ୍ୟରେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ତାରା ସୂତାରିଆଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁଯାୟୀ, ତାରା କୋରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ତାରା ତାଙ୍କ ଆଗାମୀ ଚଳଚ୍ଚିତ୍ର "ତଡପ" ର ସୁଟିଂ ଶେଷ କରିଛନ୍ତି । ଏହି ଚଳଚ୍ଚିତ୍ରରେ ତାରାଙ୍କ ସହ ଅହାନ ଶେଟ୍ଟୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମଟି ସେପ୍ଟେମ୍ବର 24 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।