ETV Bharat / sitara

ଏବେ ତନୁଶ୍ରୀଙ୍କ ଟାର୍ଗେଟରେ ଆମୀର - ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ

#MeToo ଅଭିଯୁକ୍ତ ସହ କାମ କରିବାକୁ ରାଜି ହୋଇଥିବା ଆମୀର ଖାନ ଏବେ ସମସ୍ୟାରେ । ତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ଗତ ବର୍ଷ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ।

ଡିଜାଇନ ଫଟୋ
author img

By

Published : Sep 12, 2019, 7:02 AM IST

ମୁମ୍ବାଇ: କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଏକ ନୂଆ ଫିଲ୍ମରେ ସାମିଲ ହୋଇଛନ୍ତି । କିନ୍ତୁ ଏହି ଫିଲ୍ମ ପାଇଁ ହଁ ମାରିବା ଆମୀରଙ୍କ ପାଇଁ ଟିକେ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ ଏଯାବତ ନିଜ ଇମେଜକୁ ସମ୍ଭାଳି ରଖିଥିବା ଆମୀରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଗତ ବର୍ଷରେ #MeToo ଅଭିଯାନ ଜରିଆରେ ଚର୍ଚ୍ଚାରେ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ।

ମଙ୍ଗଳବାର ଏକ ସାକ୍ଷାତକାରରେ ଆମୀର କହିଥିଲେ କି ସେ ଗୁଲଶନ କୁମାରଙ୍କ ବାୟୋପିକ ‘ମୋଗଲ’ରେ ନିର୍ମାତା ଏବଂ ଅଭିନେତା ରୂପେ କାମ କରିବେ । କିନ୍ତୁ ଏହି ଘୋଷଣା ପୂର୍ବରୁ ଆମୀର ଭୁଲି ଯାଇଥିଲେ ଯେ ଏହି ଫିଲ୍ମର ନିର୍ଦ୍ଦେଶକ ସୁଭାଷ କପୁର । ଯାହାଙ୍କ ଉପରେ ଅଭିନେତ୍ରୀ ଗୀତିକା ତ୍ୟାଗୀ #MeToo ଅଭିଯାନ ଜରିଆରେ ଯୌନ ଶୋଷଣ ଅଭିଯୋଗ ଲଗାଇଥିଲେ ।

ଆମୀରଙ୍କ ଏହି ନିଷ୍ପତ୍ତିରେ ତନୁଶ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ସେମିତି ତ ବଲିଉଡରେ କାହାକୁ ମଧ୍ୟ ନିଦ ଆସେନାହିଁ, ଯେବେ ଜଣେ ମହିଳା ଦୁର୍ବ୍ୟବହାରର ଶିକାର ହେଉଛି । କିନ୍ତୁ ବଡ ବଡ କଥା କହୁଥିବା ଷ୍ଟାର୍ସ ଯଦି ସେହି ଅଭିଯୁକ୍ତଙ୍କୁ କାମରେ ରଖିବାକୁ ସହମତ ହୋଇଯାଉଛନ୍ତି ତେବେ ଏହି କଥା ଆଶ୍ଚର୍ଯ୍ୟ ଲାଗୁଛି ।

ଯଦି ଆପଣଙ୍କୁ ଏମିତି ବ୍ୟକ୍ତିଙ୍କୁ କାମ ନମିଳିବାରୁ ଦୟା ଆସୁଛି ତେବେ ଏହି ଅନୁକମ୍ପା ସମସ୍ତଙ୍କ ପାଇଁ ହେବା ଦରକାର । କେହି ତାଙ୍କୁ ପଚାରିନଥିଲେ କିମ୍ବା କାମ ଦେଇନଥିଲେ ଯେବେ ତାଙ୍କ କ୍ୟାରିୟର ନଷ୍ଟ ହୋଇଥିଲା ବୋଲି କହିଛନ୍ତି ତନୁଶ୍ରୀ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.