ETV Bharat / sitara

ସିଂଘମଙ୍କ ଆଗାମୀ ଫିଲ୍ମକୁ ନେଇ ରାଗିଲେ ତନୁଶ୍ରୀ

ନାନାଙ୍କ ପରେ ଏବେ ଅଭିନେତ୍ରୀ ତନୁଶ୍ରୀ ଅଜୟ ଦେବଗନଙ୍କ ଉପରେ ଖପ୍ପା ଅଛନ୍ତି । ତାଙ୍କ ଆଗାମୀ ଫିଲ୍ମ 'ଦେ ଦେ ପ୍ୟାର ଦେ'କୁ ନେଇ ରାଗିଛନ୍ତି ତନୁଶ୍ରୀ ।

ଡିଜାଇନ ଫଟୋ
author img

By

Published : Apr 17, 2019, 11:47 PM IST

ମୁମ୍ବାଇ: କିଛି ଦିନ ପୂର୍ବରୁ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ଦେ ଦେ ପ୍ୟାର ଦେ'ର କମେଡି ଟ୍ରେଲର ରିଲିଜ ହୋଇଥିଲା । ଯେଉଁଥିରେ ବି-ଟାଉନର ସଂସ୍କାରୀ ବାବୁଜୀ ଆଲୋକ ନାଥ ମଧ୍ୟ ନଜର ଆସିଥିଲେ । ଯାହାଙ୍କ ଉପରେ ଗତ ବର୍ଷ #MeToo ଅଭିଯାନ ଜରିଆରେ ଯୌନ ନିର୍ଯାତନା ଅଭିଯୋଗ ଲାଗିଥିଲା । ଟ୍ରେଲର ପରେ ଫିଲ୍ମର ମେକର୍ସ ଏବଂ ଅଜୟଙ୍କୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା । କିନ୍ତୁ ଅଜୟ ଏହି ସବୁ ପ୍ରଶ୍ନକୁ ଅଣଦେଖା କରିଦେଇଥିଲେ ।

ଭାରତରେ #MeToo ଅଭିଯାନ ଆରମ୍ଭ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଆଲୋକଙ୍କୁ ଫିଲ୍ମରେ ନେବାରୁ ଅଜୟଙ୍କୁ ଟାର୍ଗେଟ କରିଛନ୍ତି । ତନୁଶ୍ରୀ କହିଛନ୍ତି କି ସିନେମା ଜଗତ ମିଛୁଆ, ଦେଖେଇ ହେବା ବ୍ୟକ୍ତି ଏବଂ ବେକାର ଲୋକ ଭର୍ତ୍ତି ଅଛନ୍ତି । ଆଲୋକଙ୍କ ଉପରେ ଗମ୍ଭୀର ଅଭିଯୋଗ ଲାଗିଛି । ତଥାପି ତାଙ୍କୁ ଫିଲ୍ମରେ ନିଆଯାଇଛି । ଚାହିଁଥିଲେ ତାଙ୍କୁ ଫିଲ୍ମରୁ ରିପ୍ଲେସ କରାଯାଇ ପାରିଥାଆନ୍ତେ । କିନ୍ତୁ ଏପରି କରାଯାଇନାହିଁ । ଏହାଠାରୁ ଲଜ୍ୟାଜନ କଥା କିଛି ନାହିଁ ।

ଏତିକିରେ ଚୁପ ବସିନଥିଲେ ତନୁଶ୍ରୀ ସେ ଆହୁରି କହିଥିଲେ କି ଫିଲ୍ମ ମେକର୍ସ ଏକ ଦୁଷ୍କର୍ମ ବ୍ୟକ୍ତିକୁ ଫିଲ୍ମର ଅଂଶ କରିଛନ୍ତି । 'ଦେ ଦେ ପ୍ୟାର ଦେ'ର ଟ୍ରେଲର ଏବଂ ପୋଷ୍ଟର ସାମ୍ନାକୁ ନଆସିବା ପର୍ଯ୍ୟନ୍ତ କାହାରିକୁ ଜଣାନଥିଲା କି ଆଲୋକ ଫିଲ୍ମରେ ନଜର ଆସିବେ ବୋଲି । ଅଜୟ ଓ ମେକର୍ସ ଚାହିଁଥିଲେ ଆଲୋକଙ୍କୁ ଫିଲ୍ମରୁ ରିପ୍ଲେସ କରିପାରିଥାଆନ୍ତେ ।

ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ ତାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଲାଗିବା ପୂର୍ବରୁ ସେ ଏହି ଫିଲ୍ମର ସୁଟିଂ କରିସାରିଥିଲେ ।

Intro:Body:

dfh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.