ମୁମ୍ବାଇ: #MeToo ମାମଲାରେ ଅଭିନେତା ନାନା ପାଟେକରଙ୍କୁ ମିଳିଲା କ୍ଲିନଚିଟ । ଦୀର୍ଘ ସମୟରୁ ଚାଲିଥିବା ଏହି ମାମଲାରେ 'କେସ କ୍ଲୋଜ' ରିପୋର୍ଟ ଦାଖଲ କରିଛି ମୁମ୍ବାଇ ପୋଲିସ । ନାନାଙ୍କ ବିରୁଦ୍ଧରେ ଉପଯୁକ୍ତ ପ୍ରମାଣ ଅଭାବରୁ ଏହି ମାମଲାକୁ ବନ୍ଦ କରି ଦିଆଯାଇଥିବା କହିଛି ମୁମ୍ବାଇ ପୋଲିସ । ପୋଲିସର ସ୍ପଷ୍ଟୀକରଣ ପରେ ତନୁଶ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି ।
ପୋଲିସ ଠୁ ଆରମ୍ଭ କରି ଦେଶର ସବୁ ବ୍ୟବସ୍ଥା ଦୁର୍ନୀତିଗ୍ରସ୍ତ । ବଲିଉଡର ଅଧିକାଂଶ ଅଭିନେତ୍ରୀ ନାନାଙ୍କ ଦ୍ବାରା ଶୋଷଣ ହୋଇଛନ୍ତି । ଆଉ ଏବେ ମିଥ୍ୟା ସାକ୍ଷୀକୁ ଆଧାର କରି ମାମଲାକୁ ଚାପି ଦିଆଯାଇଛି । ଖାଲି ଏତିକି ନୁହେଁ ସେ କହିଛନ୍ତି କି ହୁଏତଃ ଏବେ ତାଙ୍କୁ ନ୍ୟାୟ ମିଳିନାହିଁ, କିନ୍ତୁ ଭଗବାନ ସବୁ ଦେଖୁଛନ୍ତି । ଏହିମାନଙ୍କୁ ନିହାତି ନିଜ କର୍ମର ଫଳ ମିଳିବ ।