ମୁମ୍ବାଇ: ଫେମସ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକ ବର୍ତ୍ତମାନ ମଧ୍ୟ ମି ଠୁ ଅଭିଯାନର ସାମ୍ନା କରୁଛନ୍ତି । ଗତ ବର୍ଷ ତାଙ୍କ ଉପରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ରା, ଶ୍ବେତା ପଣ୍ଡିତ ସମେତ ଅନେକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଯାହା ପରଠାରୁ ଅନୁ ଚର୍ଚ୍ଚାରେ । ନିକଟରେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସେ ।
ଇତିମଧ୍ୟରେ ବଲିଉଡରେ ମି ଠୁ ଅଭିଯାନର ନିଆଁ ଜଳାଇଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ତନୁଶ୍ରୀ ଇଣ୍ଡିଆନ ଆଇଡଲର ଜଜ ରୂପେ ଅନୁକୁ ନିଆଯାଇଥିବା କଥା ଉପରେ ଖୁବ୍ ରାଗିଯାଇଥିଲେ । ଏହାବ୍ୟତୀତ ସେ ପପୁଲାର ଗାୟିକା ନେହା କକ୍କରଙ୍କୁ ମଧ୍ୟ ଟାର୍ଗେଟ କରି ଅନେକ କଥା କହିଥିଲେ । ନେହା, ଅନୁଙ୍କ ସହ କାମ କରିବାକୁ କଥାକୁ ଆଧାର କରି ବୟାନ ଦେଇଥିଲେ ତନୁଶ୍ରୀ ।
ସାକ୍ଷାତକାରରେ ତନୁଶ୍ରୀ କହିଥିଲେ ଯେ ସେ ଏକଥା ଭାବି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ସୋନି ଭଳି ଚ୍ୟାନେଲ ଅନୁଙ୍କୁ ପୁଣିଥରେ କାମ କରିବାକୁ ସୁଯୋଗ ଦେଇଛି । ସୋନି ନିଜକୁ ସବୁବେଳେ ଫ୍ୟାମିଲି-ଫ୍ରେଣ୍ଡଲୀ ଚ୍ୟାନେଲ ରୂପେ କହିଆସୁଛି । ଆଉ ଏମିତି ଜଣେ ବ୍ୟକ୍ତିଙ୍କୁ କାମ କରିବାକୁ ସୁଯୋଗ ଦେଇଛି, ଯାହାଙ୍କ ଉପରେ ଅନେକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିସାରିଛନ୍ତି ।
ତେବେ କଣ ମଣିଷ ମୂଲ୍ୟ ଠାରୁ ଅଧିକ ଚ୍ୟାନେଲର ଟିଆରପି ? ଦାୟିତ୍ବବାନ ଲୋକଙ୍କ ଦ୍ବାରା କରାଯାଇଥିବା ତାଙ୍କ କାର୍ଯ୍ୟ ପାଇଁ ଦାୟୀ କିଏ ବୋଲି କହିଥିଲେ ତନୁଶ୍ରୀ । ପ୍ରକାଶ ଥାଉକି ଦଶହରା ଅବସରରେ ସୋନା ମଧ୍ୟ ସୋସିଆଲ ମିଡିଆରେ ଲାଇଭ ଭିଡିଓ ସେୟାର କରି ଅନୁଙ୍କ ବିଚାରକ ହେବା ଉପରେ ପ୍ରଶ୍ନ ଉଠାଇଥିଲେ ।