ETV Bharat / sitara

‘ଦେଶରେ ବ୍ୟାପୁଛି ଦୁଷ୍କର୍ମ ମହାମାରୀ’ - ତନୁଶ୍ରୀ ଦତ୍ତା

ଗତବର୍ଷ #MeToo ଅଭିଯାନ ଆରମ୍ଭ କରି ଚର୍ଚ୍ଚାରେ ଆସିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ଏବେ ସେ ନିଜର ପ୍ରତିକ୍ରିୟା ଉନ୍ନାଓ ଦୁଷ୍କର୍ମ ମାମଲାରେ ରଖିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତନୁଶ୍ରୀ ଦତ୍ତା
author img

By

Published : Aug 6, 2019, 4:37 PM IST

ମୁମ୍ବାଇ: ଭାରତରେ ଗତ ବର୍ଷ #MeToo ଅଭିଯାନ ଆରମ୍ଭ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ଉନ୍ନାଓ ଦୁଷ୍କର୍ମ ମାମଲା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏଥର ସେ ଦେଶରେ ବଢୁଥିବା ଦୁଷ୍କର୍ମ ବିରୋଧରେ ସ୍ବର ଉଠାଇଛନ୍ତି ।

ଉନ୍ନାଓ ଦୁଷ୍କର୍ମ ମାମଲାରେ ତନୁଶ୍ରୀ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଭାରତ ଧୀରେ ଧରେ ଦୁଷ୍କର୍ମ ମାହାମାରୀରେ ପୀଡିତ ହୋଇ ଚାଲିଛି । ଉନ୍ନାଓ ଦୁଷ୍କର୍ମ ଏହାର ଜ୍ବଳନ୍ତ ଏବଂ ଭୟାନକ ଉଦାହରଣ ବୋଲି କହିଛନ୍ତି ତନୁଶ୍ରୀ । ସେ ସୋମବାର ଏକ ସାକ୍ଷାତକାରରେ ନିଜ ଷ୍ଟେଟମେଣ୍ଟ ଜାରି କରି ଏହି କଥା କହିଥିଲେ ।

ସେ ଆହୁରି କହିଛନ୍ତି ଯେ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ସମୁଦ୍ରତଟରେ ମହିଳା ଯେକୌଣସି ଅବସ୍ଥାରେ ରହିଲେ, ସେଠାରେ ଦୁଷ୍କର୍ମ କିମ୍ବା ଈଭ ଟିଜିଂ ହେଉନାହିଁ । କିଛି ଲୋକ ଏମିତି ଅଛନ୍ତି ଯିଏ ସଂସ୍କାର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ସତ କିନ୍ତୁ ସେହି ମହିଳାମାନଙ୍କ ବିଚାର କରୁଛନ୍ତି ଯିଏ ସର୍ଟସ ପିନ୍ଧୁଛନ୍ତି ।

ଦେଶବାସୀଙ୍କୁ ନିଜର ମାନସିକତାରେ ପରିବର୍ତ୍ତନ ଆଣିବାର ଅଛି । ସମସ୍ୟା କେବେ ସୃଷ୍ଟି ହୁଏ ନାହିଁ ତାହା ଆପଣଙ୍କ ମାନସିକତାରେ ରହିଥାଏ । ନିଜର ଆଖି ଖୋଲ ଏବଂ ସେହି ଅନ୍ଧାରକୁ ବୁଝିବାକୁ ଚେଷ୍ଟା କର ଯାହା ରାଷ୍ଟ୍ରକୁ ଖରାପ କରୁଛି । ସହର ଏବଂ ଗ୍ରାମାଞ୍ଚଳରେ ଏବେ ଦୁଷ୍କର୍ମ ମହାମାରୀରେ ବ୍ୟାପିବାରେ ଲାଗିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.