ମୁମ୍ବାଇ: ଲେଖିକା ତଥା ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ଖୁରାନା ରବିବାର ଦିନ ଫାଦର୍ସ ଡେ ଅବସରରେ ତାଙ୍କର ପରବର୍ତ୍ତୀ ପୁସ୍ତକ 'the 7 sins of being a mother'ର ଘୋଷଣା କରିଛନ୍ତି ।
ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା ଇନଷ୍ଟାଗ୍ରାମରେ ତାଙ୍କର ପଞ୍ଚମ ପୁସ୍ତକର ଘୋଷଣା କରିଛନ୍ତି।
- " class="align-text-top noRightClick twitterSection" data="
">
ତାହିରା ଖୁସିରେ ନିଜ ଲାପଟପ୍ ସ୍କ୍ରିନ୍ କୁ ଫ୍ୟାନ୍ସମାନଙ୍କୁ ଦେଖାଇଛନ୍ତି । ଯେଉଁଥିରେ ଲେଖାଅଛି, 'the 7 sins of being a mother' ।
ଲେଖିକା କହିଛନ୍ତି, ମୁଁ ବାବାମାନଙ୍କୁ ବହୁତ ଭଲ ପାଏ (ମୁଁ ଏବଂ ମୋର ପିଲାମାନେ) । କିନ୍ତୁ ଫାଦର୍ସ ଡେରେ, ମୁଁ ମୋର ନୂତନ ପୁସ୍ତକ ବିଷୟରେ କିଛି ବିଶେଷ ଖବର ସେୟାର କରିବାକୁ ଚାହେଁ । ଏହା ଭରସାରେ ପରିପୂର୍ଣ୍ଣ । ଏହାକୁ କୁହାଯାଏ, 'the 7 sins of being a mother' ।
ପ୍ରକାଶ ଥାଉ ଯେ, ତାହିରା ଗତ ବର୍ଷ ତାଙ୍କର ଚତୁର୍ଥ ପୁସ୍ତକ, 12 Commandments of Being A Woman ଲଞ୍ଚ କରିଥିଲେ, ଯାହାକୁ ଦର୍ଶକଙ୍କ ଠାରୁ ଏକ ନିଆରା ପ୍ରତିକ୍ରିୟା ମିଳିଥିଲା ।