ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା-ଲେଖକ ତାହିରା କଶ୍ୟପ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ଏଥିରେ ସେ ନିଜ ପିଲାମାନଙ୍କର ସାହାଯ୍ୟ ନେଉଛନ୍ତି ।
ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ପିଲାମାନେ ବିରାଜବୀର ଏବଂ ବରୁଷ୍କା ଖ୍ରୀଷ୍ଟମାସ ଗ୍ରୀଫ୍ଟ ପ୍ୟାକ୍ କରିବାରେ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ତାହିରାଙ୍କ ପୋଷା କୁକୁର ମଧ୍ୟ ମଜା କରୁଥିବାର ଦେଖିବାକୁ ମିଳିଛି ।
ଭିଡିଓ ସେୟାର୍ କରି କ୍ୟାପସନ୍ ରେ ତାହିରା ଲେଖିଛନ୍ତି, 'ଖ୍ରୀଷ୍ଟମାସ ପ୍ରସ୍ତୁତି, ସମସ୍ତେ ଏହାକୁ ସ୍ବତନ୍ତ୍ର କରିବାରେ ବ୍ୟସ୍ତ ଅଛନ୍ତି' ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ