ETV Bharat / sitara

ଏଥର ବିଦ୍ୟା ନୁହେଁ ଦର୍ଶକଙ୍କୁ ଡରାଇବେ ତବ୍ବୁ

author img

By

Published : Feb 20, 2020, 8:09 PM IST

‘ଭୁଲ ଭୁଲୈୟା 2’ରେ କମୋଲିକା ସାଜିବେ ତବ୍ବୁ। ‘ଆମୀ ଜେ ତୋମାର’ ଗୀତରେ ଡାନ୍ସ କରି ଦର୍ଶକଙ୍କ ମନ କିଣିବାକୁ ପ୍ରସ୍ତୁତ ସେ। ପୂର୍ବରୁ ଏହି ଗୀତରେ ଜବରଦସ୍ତ ଡାନ୍ସ କରି ଫେମସ ହୋଇଥିଲେ ବିଦ୍ୟା ବାଲନ।

bhool bhulaiyaa 2
ଡିଜାଇନ ଫଟୋ

ମୁମ୍ବାଇ: 2007ରେ ଆସିଥିବା ଅକ୍ଷୟ କୁମାରଙ୍କ ହରର କମେଡି ଫିଲ୍ମ ‘ଭୁଲ ଭୁଲୈୟା-2’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ। ଫିଲ୍ମରେ ଅକ୍ଷୟଙ୍କ ସ୍ଥାନରେ ଏଥର କ୍ୟୁଟ କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏବେ ଫିଲ୍ମରେ ଆଉ ଏକ ପରିବର୍ତ୍ତନ କରିବାକୁ ଯାଉଛନ୍ତି ମେକର୍ସ। ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ବଙ୍ଗୀୟ ଲିରିକ୍ସ ଗୀତ ‘ଆମୀ ଜେ ତୋମାର’ ଜବରଦସ୍ତ ହିଟ୍ ହୋଇଥିଲା।

ଗୀତରେ ବିଦ୍ୟାଙ୍କ ଡାନ୍ସଠୁ ନେଇ ତାଙ୍କ ଭୟାନକ ଅନ୍ଦାଜ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ହେଲେ ଏବେ ଶୁଣିବାକୁ ମିଳୁଛି ଯେ ବିଦ୍ୟାଙ୍କ ଏହି ଆଇକୋନିକ ଗୀତରେ ଏଥର ଫେମସ ଅଭିନେତ୍ରୀ ତବ୍ବୁ ଡାନ୍ସ କରିବେ। ସେହିପରି ଫିଲ୍ମରେ କାର୍ତ୍ତିକଙ୍କ ସହ ‘କବୀର ସିଂ’ ଫେମ କିୟାରା ଆଡଭାନୀ ନଜର ଆସିବେ।

ପ୍ରକାଶ ଥାଉକି ଆସନ୍ତା କାଲି(ଶୁକ୍ରବାର) ଫିଲ୍ମର ସୁଟିଂ ଜୟପୁରରେ ଆରମ୍ଭ ହେବାକୁ ଯାଉଛି। ନିର୍ଦ୍ଦେଶକ ଅନୀସ ବାଜମୀଙ୍କ ଏହି ଫିଲ୍ମରେ ପୂର୍ବ ଫିଲ୍ମର ଦୁଇଟି ଫେମସ ଗୀତକୁ ରିକ୍ରିଏଟ କରାଯିବ। ଗୋଟିଏ ହେଲେ ‘ହରେ କ୍ରିଷ୍ଣା ହରେ ରାମ’ ଆଉ ଗୋଟିଏ ‘ଆମୀ ଜେ ତୋମାର’।

ତବ୍ବୁଙ୍କ ଏହା ଦ୍ବିତୀୟ ହରର କମେଡି ଫିଲ୍ମ। ନିକଟରେ ଫିଲ୍ମରେ ଫାଷ୍ଟଲୁକ ପୋଷ୍ଟର ରିଲିଜ କରାଯାଇଥିଲା। ଯେଉଁଥିରେ କାର୍ତ୍ତିକ, ଅକ୍ଷୟଙ୍କ ଅବତାରରେ ନଜର ଆସୁଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.