ETV Bharat / sitara

ଛୋଟେ ନୱାବଙ୍କ ଉପରେ ଫିଦା ତବ୍ବୁ

ବଲିଉଡର ଅଭିନେତ୍ରୀ ତବ୍ବୁ ‘ଅନ୍ଧାଧୁନ’ରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ । ସେ ସୈଫଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଆସିଛନ୍ତି ।

author img

By

Published : Aug 29, 2019, 11:32 PM IST

ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ତବ୍ବୁ ଦୁଇ ବର୍ଷ ପୂର୍ବେ ଏକ ସାକ୍ଷାତକାରରେ ସିଙ୍ଗଲ ହେବାର କାରଣ ଅଜୟ ଦେବଗନଙ୍କ ନାମ ନେଇଥିଲେ । କିନ୍ତୁ ଏବେ ସେ ଆଉ ଏକ ଅଭିନେତାଙ୍କ ଉପରେ ଫିଦା ବୋଲି ଚର୍ଚ୍ଚା ଜୋର ଧରିଛି । ସେହି ଅଭିନେତାଙ୍କ ସେନ୍ସ ଅଫ ହ୍ୟୁମର ତାଙ୍କୁ ଖୁବ୍ ଆକର୍ଷିତ କରୁଛି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତାଙ୍କ ବିଷୟରେ...

ଏଠାରେ ଆମେ ଆଉ କାହା ବିଷୟରେ ନୁହେଁ ବଲିଉଡର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ବିଷୟରେ କଥା ହେଉଛୁ । ତବ୍ବୁ କହିଛନ୍ତି କି ସୈଫଙ୍କ ପାଖରେ ମୋଷ୍ଟ ଆମୋଜିଂ ସେନ୍ସ ଅଫ ହ୍ୟୁମର ଅଛି । ସେ ଏହି କଥାର ଖୁଲାସା ଏକ ସାକ୍ଷାତକାରରେ କରିଥିଲେ ।

ସୈଫ ଚମତ୍କାର ଅଭିନେତା । ଏମିତି ବହୁତ କମ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଯାହାଙ୍କ ପାଖରେ ଆଶ୍ଚର୍ଯକର ସେନ୍ସ ଅଫ ହ୍ୟୁମର ରହିଥାଏ । ସେହି ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ସୈଫ ବୋଲି କହିଥିଲେ ତବ୍ବୁ ।

ପ୍ରକାଶ ଥାଉକି ‘ଜୱାନୀ ଜାନେମନ’ ଫିଲ୍ମରେ ସୈଫଙ୍କ ସହ ନଜର ଆସିବେ ତବ୍ବୁ । ଏହି ଫିଲ୍ମରେ ଅଭିନେତ୍ରୀ ପୂଜା ବେଦୀଙ୍କ ଲାଡଲି ଆଲିୟା ଡେବ୍ୟୁ କରିବାକୁ ଯାଉଛନ୍ତି । ନିତିନ କକ୍କରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଫିଲ୍ମର ସୁଟିଂ ବର୍ତ୍ତମାନ ଜୋରୋସୋରରେ ଚାଲିଛି ।

Intro:ବ୍ରହ୍ମପୁର ସହର ଉପକଣ୍ଠ ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରେ ଗତକାଲି ରାତ୍ର ସମୟରେ ସିରିଜ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମୁଖ୍ୟତଃ ଗ୍ରାମର ନୂଆଁସାହି ର ବିନୋଦ ପାତ୍ର , ସନ୍ତୋଷ କୁମାର ମାଝୀ ଓ ସୁରେଶ ମହାନ୍ତି ଙ୍କ ଘରେ କେତେକ ଦୁବୁର୍ତ୍ତ ପଶି ଏଭଳି ଚୋରି କରିଥିବା ବେଳେ ଘରରୁ ସୁନା, ରୁପା ସାମଗ୍ରୀ ସହ ଟଙ୍କା ଓ ମୋବାଇଲ ଚୋରି ହୋଇଥିବା କୁହାଯାଇଛି । ବିନୋଦ ପାତ୍ରଙ୍କ ଘରର ଆଲମାରୀ ଭାଙ୍ଗି ଗୋଟିଏ ମୋବାଇଲ କିଛି ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ନେଇଯାଇଥିବା ବେଳେ ଗ୍ରାମର ସନ୍ତୋଷ ମାଝୀ ଙ୍କ ଘରୁ ଦୁଇଟି ମୋବାଇଲ , ସୁରେଶ ମହାନ୍ତି ଙ୍କ ଘରୁ ତିନୋଟି ମୋବାଇଲ ଚୋରି ହୋଇଥିବା କୁହାଯାଇଛି । ଖବର ପାଇ ସଦର ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଧାନ କୁକୁର ଓ ସାଇଣ୍ଟିଫିକ୍ ଟିମର ସହାୟତା ପୋଲିସ ଅଧିକ ତଦନ୍ତ କରିଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.