ETV Bharat / sitara

'Blurr'ର ସୁଟିଂ ଶେଷ କଲେ ତାପସୀ ପନ୍ନୁ

author img

By

Published : Aug 31, 2021, 7:43 PM IST

ସାଇକୋଲୋଜିକାଲ ଥ୍ରିଲର 'ବ୍ଲର'ର ସୁଟିଂକୁ ଶେଷ କରିଛନ୍ତି ତାପସୀ ପନ୍ନୁ । ଅଧିକ ପଢନ୍ତୁ...

'Blurr'ର ସୁଟିଂ ଶେଷ କଲେ ତାପସୀ ପନ୍ନୁ
'Blurr'ର ସୁଟିଂ ଶେଷ କଲେ ତାପସୀ ପନ୍ନୁ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ ସାଇକୋଲୋଜିକାଲ ଥ୍ରିଲର 'ବ୍ଲର'ର ସୁଟିଂକୁ ଶେଷ କରିଛନ୍ତି । ତେବେ ଏ ସମ୍ପର୍କରେ ମେକର୍ସ ଆଜି(ମଙ୍ଗଳବାର) ସୂଚନା ଦେଇଛନ୍ତି । ନୈନିତାଲ ହ୍ରଦ, ମଲ ରୋଡ଼ରେ ସୁଟିଂ ହୋଇଛି, ଯାହାକି ଫିଲ୍ମର ସୌନ୍ଦର୍ଯ୍ୟ ବଢାଇଛି ବୋଲି ନିର୍ଦ୍ଦେଶକ ଅଜୟ ବାହଲ କହିଛନ୍ତି ।

ନିର୍ଦ୍ଦେଶକ ଅଜୟ 'ବିଏ ପାସ', 'ସେକ୍ସନ ୩୭୫' ପାଇଁ ବେଶ ଜଣାଶୁଣା । ଫିଲ୍ମ ପାଇଁ ଆବଶ୍ୟକ ହେଉଥିବା ରହସ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ନୈନିତାଲର ହ୍ରଦ ଓ ମଲ ରୋଡ଼ ଭଳି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ସୁଟିଂ ହୋଇଛି । ତେବେ ଏହା ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏଠାରେ ବହୁତ ଭିଡ଼ ଜମିଥାଏ । ଏଥିଲାଗି ଫିଲ୍ମର ସୁଟିଂ ରାତିଠାରୁ ପାହାନ୍ତ ପର୍ଯ୍ୟନ୍ତ ହୋଇଥାଏ ବୋଲି ସେ କହିଛନ୍ତି । କିନ୍ତୁ ଏହା ସମସ୍ତଙ୍କ ପାଇଁ ଅଦ୍ଭୁତପୂର୍ଣ୍ଣ ଅନୁଭୂତି ବୋଲି ସେ କହିଛନ୍ତି ।

ଏହି ଫିଲ୍ମର ସ୍କ୍ରିପ୍ଟକୁ ପଢିବା ପରେ ଏପରି ଫିଲ୍ମରେ କାମ କରିବା ପାଇଁ ସେ ବହୁତ ସମୟରୁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି । ଏହି ଫିଲ୍ମରେ ତାପସୀ ଅଭିନୟ କରିବା ସହିତ ପ୍ରଯୋଜିକା ଭାବେ ଡେବ୍ୟୁ ମଧ୍ୟ କରିଛନ୍ତି । ସେ ଏହି ଫିଲ୍ମରେ ପ୍ରଯୋଜିକା ବେଶ ଖୁସିଥିବା କହିଛନ୍ତି । ଏହି ଫିଲ୍ମକୁ ରଚନା କରିଛନ୍ତି ପୱନ ସୋନି ଓ ବାହଲ । ତେବେ ଏଥିରେ ଅନ୍ୟ କଳାକାର ଭାବେ ଗୁଲସନ ଦେବେୟା ତାପସୀଙ୍କ ସ୍ବାମୀ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ପ୍ରଯୋଜକ ହେଉଛନ୍ତି Zee Studios, Echelon Productions ଓ Pannu's Outsider Films । ଏହି ଫିଲ୍ମଟି ୨୦୨୨ ମସିହାରେ ରିଲିଜ ହେବ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.