ETV Bharat / sitara

‘ଗେମ ଓଭର’ରୁ ତାପସୀ ଶିଖିଥିଲେ ଜୀବନର ନୂଆ ପାଠ - ଥ୍ରିଲର, ଆକ୍ସନଭରା ଫିଲ୍ମ ‘ଗେମ ଓଭର’

ଥ୍ରିଲର, ଆକ୍ସନଭରା ଫିଲ୍ମ ‘ଗେମ ଓଭର’କୁ ନେଇ ତାପସୀଙ୍କ ବଡ ଖୁଲାସା। ସମସ୍ତଙ୍କର ଦୁଇଟି ଜୀବନ ଥାଏ ବୋଲି କହି ଚର୍ଚ୍ଚାରେ ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
author img

By

Published : May 23, 2020, 12:20 PM IST

ମୁମ୍ବାଇ: ଚୁଲବୁଲ ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡର ଅନେକ ଦମଦାର ଫିଲ୍ମରେ ଶାନଦାର ଅଭିନୟ କରିସାରିଛନ୍ତି। ଏହି କ୍ରମରେ ସାମିଲ ଅଛି ସବୁଠୁ ଚର୍ଚ୍ଚିତ ଫିଲ୍ମ ‘ଗେମ ଓଭର’। ଗତ ବର୍ଷ ମନବୈଜ୍ଞାନିକ ରୋମାଞ୍ଚରେ ଭରପୁର ତାପସୀଙ୍କ ଏହି ଫିଲ୍ମ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । ଏବେ ଏହି ଫିଲ୍ମକୁ ନେଇ ସେ ବଡ ଖୁଲାସା କରିଛନ୍ତି।

ଏହି ଫିଲ୍ମ ପାଇଁ ତାଙ୍କ ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା । ତାଙ୍କ କ୍ୟାରିୟର ଏହି ଫିଲ୍ମ ସବୁଠାରୁ ଶାନଦାର ଫିଲ୍ମ। ସେ ଇନଷ୍ଟାଗ୍ରାମରେ ଏହାକୁ ନେଇ ଏକ ଖାସ୍ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ‘ଗେମ ଓଭର’ ଲୁକରେ ନଜର ଆସୁଛନ୍ତି । ଫଟୋରେ ସେ ହ୍ବିଲଚେୟାରରେ ବସିଥିବାର ମଧ୍ୟ ଦେଖାଯାଉଛନ୍ତି ।

ଆଉ କ୍ୟାପସନରେ ଲେଖିଛନ୍ତି, ‘ଆମ ସମସ୍ତଙ୍କର ଦୁଇଟି ଜୀବନ ଥାଏ। ଆପଣଙ୍କ ଦ୍ବିତୀୟ ଜୀବନ ସେହି ସମୟରେ ଆରମ୍ଭ ହୋଇଥାଏ ଯେବେ ପ୍ରଥମକୁ ତ୍ୟାଗ କରିଦିଅ। ଫିଲ୍ମରେ ମୁଁ ଯେତେବେଳେ ଲଫାଫା ଧରିଥିଲି । ଆଉ ସେଥିରେ ଯାହା ଲେଖାଯାଇଥିଲା ପ୍ରଥମଥରରେ ପଢିବା କଷ୍ଟଦାୟକ ଥିଲା । ମୁଁ ସବୁ କ୍ଷଣରେ ବଞ୍ଚିବା ଉପରେ ବିଶ୍ବାସ କରେ। ଏମିତି ନୁହେଁ ଯେ ତାହା ପୂର୍ବରୁ ମୋର କୌଣସି ଯୋଜନା ନଥିଲା । ଗେମ ଓଭର ମୋ ପାଇଁ ଫିଲ୍ମ ଏବଂ କାହାଣୀଠୁ ଅଧିକ ଥିଲା । ଯାହାଦ୍ବାରା ଜୀବନର ଅନେକ କଥା ଜାଣିବାକୁ ସୁଯୋଗ ମିଳିଥିଲା । କେବଳ ଆପଣଙ୍କ ପାଖରେ ଜୀବନ ବଞ୍ଚିବାର ଇଚ୍ଛାଶକ୍ତି ଥିବା ଦରକାର।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.