ହାଇଦ୍ରାବାଦ: ଦେଶରେ ଏବେ ନିର୍ବାଚନୀ ମାହୋଲ । ବିଭିନ୍ନ ରାଜନୈତିକ ଦଳ ସହ ବଲିଉଡ କଳାକାର ମଧ୍ୟ ନିଜ ନିଜ ପସନ୍ଦର ଦଳ ଓ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ତେବେ ବିହାରର ବେଗୁସରାଇରେ ସିପିଏମ ପ୍ରାର୍ଥୀ କହ୍ନେୟା କୁମାରଙ୍କ ସମର୍ଥନରେ ପ୍ରଚାର କରିଥିଲେ ସ୍ବରା ଭାସ୍କର । ଏହି ପ୍ରଚାରରେ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ସ୍ବରା ।

ବିଜେପି ସରକାର କୃଷକଙ୍କୁ ଗୁଳି ମାରୁଛନ୍ତି ବୋଲି କହିଥିଲେ ସ୍ବରା । ମୁଖ୍ୟତଃ କୃଷକଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ଉପରେ ବର୍ଷିଥିଲେ ଅଭିନେତ୍ରୀ । କୃଷକଙ୍କ ପାଇଁ ଆମକୁ ଖାଦ୍ୟ ମିଳୁଛି ବୋଧେ ବିଜେପି ସରକାର ଏକଥା ଭୁଲିଯାଇଛି । କିନ୍ତୁ ଆମେ ଭୁଲିନୁ ଆଉ ଆମେ ସରକାରଙ୍କୁ ମନେ ପକେଇଦବୁ ବୋଲି କହିଛନ୍ତି ସେ ।
ସେ ଏହା ମଧ୍ୟ କହିଥିଲେ, 10ବର୍ଷରେ ପ୍ରାୟ 10-15 ହଜାର ଚାଷୀ ଆତ୍ମହତ୍ୟା କଲେଣି । ତେବେ କେନ୍ଦ୍ର ସରକାର ଏହାର ସମାଧାନ କରିବ କଣ ମଧ୍ୟପ୍ରଦେଶର ମନ୍ଦସୌରରେ କୃଷକଙ୍କ ଉପରେ ଗୁଳି ଚଲାଇଲେ । ସମସ୍ତେ କୁହନ୍ତି ଗୋ ହତ୍ୟା ପାପ ମାତ୍ର ଚାଷୀ ହତ୍ୟା ପାପ ବୋଲି ସେ କହିଛନ୍ତି ।
ତେବେ କିଛି ଦିନ ତଳେ ଟ୍ବିଟରରେ ଅନୁପମ ଖେରଙ୍କ ସହ ଟ୍ବିଟର ଯୁଦ୍ଧ କରିଥିଲେ ସ୍ବରା । ଅନୁପମଙ୍କ ଏକ ଟ୍ବିଟରେ ଜବାବ ଦେଇଥିଲେ ସ୍ବରା । କହ୍ନେୟା କୁମାର ଉପରେ ଲେଖିଥିଲେ ଅନୁପମ ଏହାପରେ ସ୍ବରା କହ୍ନେୟାଙ୍କ ସପକ୍ଷରେ କହି ପ୍ରଜ୍ଞା ସିଂ ଠାକୁରଙ୍କ କଥା କହିଥିଲେ ।