ମୁମ୍ବାଇ: ବଲିଉଡ ଷ୍ଟାର୍ସ ବାହାରକୁ ଯେତେ ଠିକଠାକ ଲାଗନ୍ତି ଭିତରୁ ହିଁ ସେତିକି ଅଶାନ୍ତ ଥାଆନ୍ତି । ବଲିଉଡରେ ସହଜରେ ଷ୍ଟାର୍ସଙ୍କ ନୂଆ ସମ୍ପର୍କ ଆରମ୍ଭ ହୁଏ ଏବଂ ତାହାଠାରୁ କମ୍ ସମୟରେ ସେହି ସମ୍ପର୍କରେ ପଡିଯାଏ ପୂର୍ଣ୍ଣଛେଦ । ପ୍ରାୟତଃ ସବୁଦିନ ଯେଉଁଠାରେ ନୂଆ ଲଭବାର୍ଡଙ୍କ ରୋମାନ୍ସ ସୋସିଆଲ ମିଡିଆରେ ଦେଖିବାକୁ ମିଳେ, ସେହିଠାରେ ଅନେକ କଳାକାର ନିଜ ସମ୍ପର୍କରେ ପୂର୍ଣ୍ଣଛେଦ ଟାଣୁଥିବାର ମଧ୍ୟ ନଜର ଆସିଥାଆନ୍ତି ।
ଏବେ ବ୍ରେକଅପ ତାଲିକାରେ ସାମିଲ ହୋଇଛନ୍ତି ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର । ଶୁଣିବାକୁ ମିଳୁଛି ଯେ 5 ବର୍ଷ ସମ୍ପର୍କରେ ରହିଲା ପରେ ସ୍ବରା ନିଜ ବୟଫ୍ରେଣ୍ଡ ହିମାଂଶୁ ଶର୍ମାଙ୍କ ସହ ବ୍ରେକଅପ କରିନେଇଛନ୍ତି । 2016ରେ ଏହି ଯୋଡି ନିଜ ରିଲେସନଶିପର ଘୋଷଣା କରିଥିଲେ । ଖାଲି ଏତିକି ନୁହେଁ ସ୍ବରା ସୋସିଆଲ ମିଡିଆରେ ହିମାଂଶୁଙ୍କ ସହ ଅନେକ ଫଟୋ ମଧ୍ୟ ସେୟାର କରିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଯୋଡିଙ୍କ ବ୍ରେକଅପର କାରଣ...
ପ୍ରକାଶ ଥାଉକି ଦୁଇଜଣ ଆନନ୍ଦ ଏଲ ରାୟଙ୍କ ଫିଲ୍ମ 'ତନୁ ୱେଡସ ମନୁ' ଫିଲ୍ମ ସୁଟିଂ ସମୟରେ ହିମାଂଶୁଙ୍କ ସହ ସାକ୍ଷାତ କରିଥିଲେ ସ୍ବରା । ଏହି ଫିଲ୍ମରେ ଏକାଠି କାମ କରି ଦୁଇଜଣ ପରସ୍ପର ପ୍ରେମରେ ପଡିଥିଲେ । ଭବିଷ୍ୟତ ପ୍ଲାନକୁ ନେଇ ଦୁଇଜଣଙ୍କ ମଧ୍ୟରେ କଥା କଟାକଟି ହେବାରୁ ବର୍ତ୍ତମାନ ବ୍ରେକଅପ ହୋଇଯାଇଛି । ଦୁଇଜଣ ଆପସ ବୁଝାମଣାରେ ବ୍ରେକଅପ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି ।