ETV Bharat / sitara

ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ପାଇଁ ନିର୍ଭୟା ଓକିଲଙ୍କ ଦାବି - ସୁଶାନ୍ତଙ୍କ ମୃତ୍ୟୁରେ ଏବେ ସ୍ବର ଉଠାଇଛନ୍ତି ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି

ସୁଶାନ୍ତଙ୍କ ମୃତ୍ୟୁରେ ଏବେ ସ୍ବର ଉଠାଇଛନ୍ତି ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି । ପିଏମ ମୋଦିଙ୍କୁ ଚିଠି ଲେଖି ସିବିଆଇ ଯାଞ୍ଚ ଦାବି କଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jul 18, 2020, 5:21 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦେଶର ସବୁଠାରୁ ବଡ ପ୍ରସଙ୍ଗ ବର୍ତ୍ତମାନ ପାଲଟିଛି। ତାଙ୍କ କେସରେ ଅନେକ ସେଲିବ୍ରିଟିଙ୍କଠୁ ନେଇ ରାଜନେତା ସିବିଆଇ ଯାଞ୍ଚ ଦାବି କରିଆସୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁରେ ଏଯାବତ ପୋଲିସ ହାତରେ ଲାଗିଥିବା ଜିନିଷକୁ ନେଇ କେହି ମଧ୍ୟ ସନ୍ତୁଷ୍ଟ ନୁହେଁ। ଆଉ ସିବିଆଇ ଯାଞ୍ଚ ପାଇଁ ଦାବି କରାଯାଉଛି। ଇତିମଧ୍ୟରେ ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି ମଧ୍ୟ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଶାନ୍ତଙ୍କ ଆତ୍ମହତ୍ୟା କେସରେ ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଛନ୍ତି ।

  • माननीय प्रधानमंत्री जी,सुशांत सिंह की मृत्यु का सच जानने का हम हर भारतीय का अधिकार है।लेकिन एक माह से ज्यादा समय हो जाने के बाद भी मुंबई पुलिस सच सामने लाने में नाकामयाब रही है।आपसे अनुरोध हम सब के पसंदीदा हीरो का केस आप सीबीआई को दीजिये।🙏🙏@AmitShah @PMOIndia @narendramodi pic.twitter.com/3BZqYeo5TV

    — Seema Samridhi (@Seemasamridhi) July 17, 2020 " class="align-text-top noRightClick twitterSection" data=" ">

ସେ ଟ୍ବିଟରେ ଲେଖିଛନ୍ତି, ‘ମାନନୀୟ ପ୍ରଧାମନ୍ତ୍ରୀ, ସୁଶାନ୍ତଙ୍କ ମୃତ୍ୟୁର ସତ ଜାଣିବା ସବୁ ଭାରତୀୟଙ୍କ ଅଧିକାର । ହେଲେ ଏକ ମାସରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ମୁମ୍ବାଇ ପୋଲିସ ସତ ସାମ୍ନାକୁ ଆଣିବାରେ ଅସଫଳ। ଆପଣଙ୍କୁ ଅନୁରୋଧ କରୁଛି ଯେ ଆମ ସମସ୍ତଙ୍କ ପସନ୍ଦୀୟ ହିରୋଙ୍କ କେସରେ ଆପଣ ସିବିଆଇ ଯାଞ୍ଚ କରିବାକୁ ଅନୁମତି ଦିଅନ୍ତୁ।’

ପ୍ରକାଶ ଥାଉକି ନିକଟରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ବିଟ କରି ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.