ETV Bharat / sitara

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା: ହତ୍ୟାକୁ ଖଣ୍ଡନ କଲା ଫରେନସିକ୍ ରିପୋର୍ଟ - sushant singh rajput

ତିନି ମାସରୁ ଊର୍ଦ୍ଧ୍ବ ସମୟ ହେବ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଚର୍ଚ୍ଚାର ବିଷୟ ହୋଇ ରହିଛି । ଏତେ ଯାଞ୍ଚ ପରେ ବି ଏବେବି କିଛି ପ୍ରଶ୍ନର ଉତ୍ତର ମିଳି ପାରି ନଥିଲା । ବର୍ତ୍ତମାନ ଏହି ସମସ୍ତ ପ୍ରଶ୍ନ ମଧ୍ୟରୁ ଗୋଟିଏ ଉତ୍ତର ମିଳିଛି।

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା
ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା
author img

By

Published : Oct 3, 2020, 12:18 PM IST

ନୂଆଦିଲ୍ଲୀ: ତିନି ମାସରୁ ଊର୍ଦ୍ଧ୍ବ ସମୟ ହେବ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଚର୍ଚ୍ଚାର ବିଷୟ ହୋଇ ରହିଛି । ଏତେ ଯାଞ୍ଚ ପରେ ବି ଏବେବି କିଛି ପ୍ରଶ୍ନର ଉତ୍ତର ମିଳି ପାରି ନାହିଁ । ସୁଶାନ୍ତ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ? ଯଦି ହତ୍ୟାକାଣ୍ଡ ଘଟିଥଲା ତେବେ କିଏ ଏହା କରିଥିଲା ​​ଏବଂ ଯଦି ଏହା ଆତ୍ମହତ୍ୟା ତେବେ ଏହାର କାରଣ କ’ଣ ? ଆତ୍ମହତ୍ୟା କରିବାକୁ କେହି ଉତ୍ସାହିତ କରିଥିଲେ କି ? ଦେଶର ତିନୋଟି ବୃହତ ଅନୁସନ୍ଧାନକାରୀ ସଂସ୍ଥା ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏବଂ ବର୍ତ୍ତମାନ ଏହି ପ୍ରଶ୍ନର ଗୋଟିଏ ଉତ୍ତର ମିଳିଛି।

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଫୋରେନସିକ୍ ରିପୋର୍ଟ ହତ୍ୟାକୁ ସମ୍ପୁର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟରେ କୁହାଯାଇଛି ଯେ ଯେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଦର୍ଶାଉଛି ଯେ ଏହା ଆତ୍ମହତ୍ୟା ମାମଲା। ଏମ୍ସର ରିପୋର୍ଟ ପାଇବା ପରେ, ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରିବ।

ଏକ ଲାପଟପ୍, ହାର୍ଡ ଡିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏହାର ତଦନ୍ତ ଚାଲିଛି। ପ୍ରକାଶଥାଉକି, ଏହି ମାମଲାରେ ଅଭିଯୁକ୍ତ ହୋଇଥିବା 20 ରୁ ଅଧିକ ଲୋକଙ୍କୁ ସିବିଆଇ ପ୍ରଶ୍ନ କରିଛି। ତେବେ ଗତ 57 ଦିନର ଅନୁସନ୍ଧାନରେ ସେପରି କୌଣସି ତଥ୍ୟ ଦେଖାଯାଇ ନାହିଁ, ଯାହା ଦର୍ଶାଉଛି ଯେ ଅଭିନେତାଙ୍କୁ ହତ୍ୟା କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.