ମୁମ୍ବାଇ: ମଙ୍ଗଳବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ମାସ ବିତିଗଲା । ଏହି ଅବସରରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାଇଙ୍କ ସହ ଏକ ଫଟୋ ସେୟାର କରି ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋ ସହିତ କ୍ୟାପସନରେ ଶ୍ୱେତା ଲେଖିଛନ୍ତି, ତୁମେ ଆମକୁ ଏକ ମାସ ପୂର୍ବରୁ ଛାଡିଚାଲିଗଲ, କିନ୍ତୁ ତଥାପି ଆମେ ତୁମର ଉପସ୍ଥିତି ଅନୁଭବ କରୁଛୁ । ମୁଁ ତୁମକୁ ବହୁତ ଭଲ ପାଏ ଭାଇ ଆଶା କରେ ତୁମେ ସବୁବେଳେ ଖୁସିରେ ରୁହ ।
ଏହାପୂର୍ବରୁ ଶ୍ୱେତା ଏକ ଭିଡିଓ ସେୟାର କରି ସୁଶାନ୍ତଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଜୁଲାଇ 14 ରେ ରିୟା ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ ।
ଅଙ୍କିତା ଇନଷ୍ଟାଗ୍ରାମରେ ତାଙ୍କ ଘରର ମନ୍ଦିର ସମ୍ମୁଖରେ ଜଳୁଥିବା ଏକ ଦୀପର ଫଟୋ ସେୟାର କରି ଲେଖିଥିଲେ, 'ଭଗବାନଙ୍କ ସନ୍ତାନ' ।
- " class="align-text-top noRightClick twitterSection" data="
">
ସୁଶାନ୍ତ 14 ଜୁନ୍ ରେ ନିଜ ମୁମ୍ବାଇ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ଏହି ମାମଲାର ତଦନ୍ତରେ ପୋଲିସ ନିୟୋଜିତ ଅଛି ।
ପ୍ରକାଶ ଥାଉକି, ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ଜୁଲାଇ 24 ରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ଅଭିନେତ୍ରୀ ସଞ୍ଜନା ସାଙ୍ଗୀ ମଧ୍ୟ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ ।