ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏମାସ 24 ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଦ୍ବିତୀୟ ରୋମାଣ୍ଟିକ ଗୀତ ‘ତାରେ ଗିନ’। ଯେଉଁଥିରେ ସୁଶାନ୍ତଙ୍କ ସହ ଡେବ୍ୟୁ ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି ।
ପୁଣିଥରେ ସୁଶାନ୍ତଙ୍କ ଅନ୍ଦାଜ ଏହି ଗୀତରେ ଦର୍ଶକଙ୍କ ମନ କିଣିଛି । ସେହିପରି ଗୀତଟିକୁ ଗାଇଛନ୍ତି ମୋହିତ ଚୌହାନ ଓ ଶ୍ରେୟା ଘୋଷାଲ । ଆଉ ଏଥିରେ ମ୍ୟୁଜିକର ତଡକା ଏ. ଆର ରେହମାନ ଲଗାଇଥିବା ବେଳେ ଜବରଦସ୍ତ ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟଚାର୍ଯ୍ୟ ।
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ‘ଦିଲ ବେଚାରା’ ଜରିଆରେ କାଷ୍ଟିଂ ନିର୍ଦ୍ଦେଶକ ତଥା ସୁଶାନ୍ତଙ୍କ ବନ୍ଧୁ ମୁକେଶ ଛାବଡା ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି । ନିକଟରେ ସେ ଏକ ପୁରୁଣା ଭିଡିଓ ସେୟାର କରିଥିଲେ । ଯାହା ‘ତାରେ ଗିନ’ର ମେକିଂ ଭିଡିଓ ଥିଲା। ଦେଖନ୍ତୁ ଗୀତ...