ETV Bharat / sitara

ବିବାଦରେ ଥିବା ମହେଶ ପୁଣି ହେଲେ ଟ୍ରୋଲ

ଟ୍ବିଟରେ ବିବାଦୀୟ କଥା ଲେଖି ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ ଟାର୍ଗେଟରେ ମହେଶ ଭଟ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Jun 23, 2020, 7:46 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଫେମସ ନିର୍ମାତା ସୋସିଆଲ ମିଡିଆରେ ୟଜର୍ସଙ୍କ କ୍ରୋଧର ଶିକାର ହୋଇଛନ୍ତି । ତାଙ୍କ ଉପରେ ପରିବାରବାଦ ଓ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହ ଥିବା ସମ୍ପର୍କକୁ ନେଇ ବର୍ତ୍ତମାନ ଖୁବ୍ ଟ୍ରୋଲ କରାଯାଉଛି । ଇତିମଧ୍ୟରେ ମହେଶ ଏକ ଟ୍ବିଟ କରି ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି ।

ସେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତି ହାତୁଡିରେ ଘଣ୍ଟାକୁ ଭାଙ୍ଗୁଥିବାର ନଜର ଆସୁଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ନିଜକୁ ମୃତ୍ୟୁ ଭାବ । ନିଜ ଜୀବନ ବଞ୍ଚିସାରିଛ । ଏବେ ଯାହା ବାକି ଅଛି ସେଥିରେ ବଞ୍ଚ ।’

ତାଙ୍କର ଏପରି ଟ୍ବିଟରେ ପୁଣି ରାଗି ଯାଇଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ । କିଛି ୟୁଜର୍ସ ତାଙ୍କ ଉପରେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଥିବା ବେଳେ । ଆଉ କିଛି ଗୋଷ୍ଠୀବାଦ ପାଇଁ ବଲିଉଡରେ ନୂଆ ପ୍ରତିଭାଙ୍କୁ ସୁଯୋଗ ମିଳିନାହିଁ ବୋଲି ଅଭିଯୋଗ କରୁଛନ୍ତି ।

ପ୍ରକାଶ ଥାଉକି ଏହି ଟ୍ବିଟ ପୂର୍ବରୁ ମହେଶ ଆଉ ଏକ ଟ୍ବିଟ କରି ଲେଖିଥିଲେ, ‘ମରୁଥିବା ମଣିଷ ଫନ୍ନି କଥା ଭାବିଥାଏ । ଆଉ ଆମେ ସସସ୍ତେ ଏପରି । କଣ ଆମେ ସମସ୍ତେ ଏମିତି ନୁହେଁ ? ମରୁଥିବା ମଣିଷ ଭଳି?’ ଏହି ଟ୍ବିଟ ପାଇଁ ବି ତାଙ୍କୁ ଟ୍ରୋଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.