ETV Bharat / sitara

ପରିବାରବାଦ ବିବାଦ, ଏକତାଙ୍କ ସପୋର୍ଟରେ ମିକା

author img

By

Published : Jun 27, 2020, 5:33 PM IST

ବର୍ତ୍ତମାନ ଚର୍ଚ୍ଚାରେ ମିକା ସିଂ । ଏଥର ସେ ଲୋକପ୍ରିୟ ନିର୍ମାତା ଏକତା କପୁରଙ୍କ ସମର୍ଥନରେ ବୟାନ ଦେଇଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତି ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ଉପରେ ନେଇ ପରିବାରବାଦ, ଗୋଷ୍ଠୀବାଦ, ମାଫିଆଗିରି ଭଳି ଅଭିଯୋଗ ଲାଗିଛି । ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସଙ୍କ କ୍ରୋଧର ଶିକାର ଫେମସ ନିର୍ମାତା କରନ ଜୋହର, ସଲମାନ ଖାନ, ଆଲିୟା ଭଟ୍ଟ, ଏକତା କପୁର ଓ ସୋନମ କପୁରଙ୍କ ଭଳି କଳାକାର ହେଉଛନ୍ତି । ସବୁଠୁ ଅଧିକା ଫ୍ୟାନ୍ସଙ୍କ ରାଗର କାରଣ ହେଲା ଯେ କିଛି ନାମିଦାମୀ ପ୍ରଡକ୍ସନ ହାଉସ ସୁଶାନ୍ତଙ୍କୁ ବ୍ୟାନ କରିଥିବା କଥା ଉପରେ ।

ସେହିପରି ଏହାକୁ ଆଧାର କରି ନିକଟରେ ଜଣେ ଓକିଲ ଏକତା ସମେତ 7 ଜଣ ନିର୍ମାତାଙ୍କ ଉପରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାରେ ଏବେ ଫେମସ ଗାୟକ ମିକା ସିଂ ପ୍ରତିକ୍ରିୟା ଦେଇ ଏକତାଙ୍କୁ ସପୋର୍ଟ କରିଛନ୍ତି ।

ତାଙ୍କ ଅନୁଯାୟୀ, ଏକତା ଅନେକ ଷ୍ଟାର୍ସଙ୍କ ସହ ସୁଶାନ୍ତଙ୍କୁ ମଧ୍ୟ ବ୍ରେକ ଦେଇଥିଲେ । ଆଉ ଲୋକ ଏଭଳି ନିର୍ମାତାଙ୍କୁ ଟାର୍ଗେଟ କେମିତି କରିପାରୁଛନ୍ତି । ମିକା ଇନଷ୍ଟାଗ୍ରାମର ଲାଇଭ ଚାର୍ଟରେ କଥାବାର୍ତ୍ତା କରି ଏହି ବିଷୟରେ ଆଲୋଚନା କରିଥିଲେ ।

ପ୍ରକାଶ ଥାଉକି ନିଜ ଉପରେ ମାମଲା ରୁଜୁ ହେବା ପରେ ଏକତା ମଧ୍ୟ ବୟାନ ଦେଇ କହିଥିଲେ, ‘ମୁଁ ସୁଶାନ୍ତଙ୍କୁ ବ୍ରେକ ଦେଇଥିଲେ । ଆଉ ଆପଣ ମୋ ଉପରେ ତାଙ୍କୁ କାମ ନଦେବା ଅଭିଯୋଗ ଲଗାଇଛନ୍ତି । ଭଲ କଥା ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.