ETV Bharat / sitara

ବଲିଉଡ ଡ୍ରଗ୍ସ କାରବାର: ଏନସିବି ଚାର୍ଜସିଟ୍‌ରେ 33 ଅଭିଯୁକ୍ତ

author img

By

Published : Mar 5, 2021, 2:10 PM IST

ଏନଡିପିଏସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଏନସିବି । ଗତ ବର୍ଷରୁ ବଲିଉଡ ଡ୍ରଗ୍ସ କେସର କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ଏଜେନ୍ସି । ଅଧିକ ପଢନ୍ତୁ...

ବଲିଉଡ ଡ୍ରାଗ୍ସ କାରବାର
ବଲିଉଡ ଡ୍ରାଗ୍ସ କାରବାର

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଜି ସୁଶାନ୍ତ ସିଂ ରାଜପୁତ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାରେ ଏକ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ସହ ଅନ୍ୟମାନେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ । ଗତ ବର୍ଷ ଭାଇ-ଭଉଣୀଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିଥିଲା । ଯାହାପରେ ଦୁଇଜଣଙ୍କୁ ଜାମିନ ମିଳିଥିଲା ।

ଦାଖଲ ହୋଇଥିଲା ଚାର୍ଜସିଟ୍ ପାଖାପାଖି 52 ହଜାର ପୃଷ୍ଠାର ବୋଲି ଶୁଣିବାକୁ ମିଳୁଛି । ଯେଉଁଥିରେ 40 ହଜାର ସଫ୍ଟ କପିରେ ଥିବା ବେଳେ 12 ହଜାର ପୃଷ୍ଠା ହାର୍ଡ କପିରେ ଅଛି । ଏହାସହ ଚାର୍ଜସିଟ୍‌ରେ 200 ସାକ୍ଷୀଙ୍କର ବୟାନ ରେକର୍ଡ କରାଯାଇଛି ।

ରିଆଙ୍କ ସମେତ ମୋଟ 33 ଜଣଙ୍କୁ ଏନସିବି ଚାର୍ଜସିଟରେ ଅଭିଯୁକ୍ତ ଭାବେ ନାମିତ କରିଛି। ଏଥିମଧ୍ୟରେ ରିଆ, ସୌଭିକ, ଦୀପେଶ ସାୱନ୍ତ, ସାମୁଏଲ୍ ମିରାଣ୍ଡା ଏବଂ କ୍ଷିତିଜ ପ୍ରସାଦ ସାମିଲ ଅଛନ୍ତି । ସେପଟେ ଡ୍ରଗ୍ସ ଡିଲରଙ୍କ ନାମ ମଧ୍ୟ ଚାର୍ଜସିଟ୍‌ରେ ରଖାଯାଇଛି ।

ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିବା ସେଲିବ୍ରିଟିଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ସିଂ, ଦୀପିକା ପାଦୁକୋନ ଭଳି ଅଭିନେତ୍ରୀ ସାମିଲ ଅଛନ୍ତି । ଏମାନଙ୍କୁ ଗତ ବର୍ଷ ପଚରାଉଚରା କରିଥିଲା ଏନସିବି । ଆଉ ଏବେ ଅନୁମାନ କରାଯାଉଛି ଯେ ଯେଉଁ 33 ଜଣଙ୍କୁ ଏନସିବି ଚାର୍ଜସିଟରେ ଅଭିଯୁକ୍ତ ଭାବେ ନାମିତ କରିଛି ସେଥିରେ ଏମାନେ ମଧ୍ୟ ସାମିଲ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.