ETV Bharat / sitara

ଡ୍ରଗ୍ସ ଲିଙ୍କ: ଧର୍ମା ପ୍ରଡକ୍ସନ୍ସର କ୍ଷିତିଜ ରବିପ୍ରସାଦଙ୍କୁ ଗିରଫ କଲା ଏନସିବି

author img

By

Published : Sep 26, 2020, 9:27 PM IST

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ଡ୍ରଗ୍ସ ମାମଲାର ଯାଞ୍ଚ ସଂପର୍କରେ ଧର୍ମା ପ୍ରଡକ୍ସନ୍ସର କ୍ଷିତିଜ ରବିପ୍ରସାଦ ଶୁକ୍ରବାର ସେମାନଙ୍କ ନିକଟରେ ହାଜର ହୋଇଥିଲେ । ଶନିବାର ଦିନ ତାଙ୍କୁ ଏନସିବି ଦ୍ବାରା ଗିରଫ କରାଯାଇଛି । ଅଧିକ ପଢନ୍ତୁ...

sushant singh rajput case narcotics control bureau arrests kshitij prasad
ଡ୍ରଗ୍ସ ଲିଙ୍କ: ଧର୍ମା ପ୍ରଡକ୍ସନ୍ସର କ୍ଷିତିଜ ରବିପ୍ରସାଦଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ଗୁରୁବାର ଏଜେନ୍ସି ଦ୍ବାରା ଯାଞ୍ଚ କରାଯାଉଥିବା ଡ୍ରଗ୍ସ ମାମଲାର ତଦନ୍ତରେ ଯୋଗଦେବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଧର୍ମା ପ୍ରଡକ୍ସନ୍ସର ନିର୍ଦ୍ଦେଶକ ତଥା ନିର୍ମାତା କ୍ଷିତିଜ ରବିପ୍ରସାଦଙ୍କୁ ଡକାଇଥିଲା ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ସମ୍ବନ୍ଧୀୟ ଏକ ମାମଲାରେ ପଚରାଉଚରା ପାଇଁ ରବିପ୍ରସାଦ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହୋଇଥିଲେ ।

ବର୍ତ୍ତମାନ ଏହି ଡ୍ରଗ୍ ଯାଞ୍ଚ ମାମଲାରେ ନିର୍ମାତା କ୍ଷିତିଜଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ପ୍ରାୟ 24 ଘଣ୍ଟା ଧରି ପଚରାଉଚରା କରିବା ପରେ ଆଜି ଗିରଫ କରାଯାଇଛି ।

ଏନସିବି ପୂର୍ବରୁ ଏହି ମାମଲାରେ ରିଆ ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା, ସୁଶାନ୍ତଙ୍କ ବ୍ୟକ୍ତିଗତ କର୍ମଚାରୀ ଦୀପେଶ ସାୱନ୍ତ ଏବଂ ଅନ୍ୟ 16 ଜଣଙ୍କୁ ଗିରଫ କରିସାରିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.