ETV Bharat / sitara

ସୁଶାନ୍ତ ମାମଲା: ରିଭ୍ୟୁ ପିଟିସନ ଫାଇଲ କରିବେନି ମହାରାଷ୍ଟ୍ର ସରକାର - ମୁମ୍ବାଇ ପୋଲିସ ସିବିଆଇକୁ ହସ୍ତାନ୍ତର କରିବ ସୁଶାନ୍ତଙ୍କ ମାମଲାରେ ଏଯାବତ କରିଥିବା ତଦନ୍ତ ରିପୋର୍ଟ

ମୁମ୍ବାଇ ପୋଲିସ ସିବିଆଇକୁ ହସ୍ତାନ୍ତର କରିବ ସୁଶାନ୍ତଙ୍କ ମାମଲାରେ ଏଯାବତ କରିଥିବା ତଦନ୍ତ ରିପୋର୍ଟ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 20, 2020, 4:11 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏବେ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସରକାର ସୂଚନା ଅନୁଯାୟୀ ମୁମ୍ବାଇ ପୋଲିସ ଏବେ ସୁଶାନ୍ତଙ୍କ କେସରେ ଆଉ ତଦନ୍ତ କରିବ ନାହିଁ । ବୁଧବାର ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇ କହିଥିଲେ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ କରିବ । ଏହାସହ ମୁମ୍ବାଇ ପୋଲିସକୁ ମଧ୍ୟ ଆଦେଶ ଦିଆ ଯାଇଛି ଏଯାବତ କରିଥିବା ତଦନ୍ତର ସବୁ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିବା ପାଇଁ । ଏହାସହ ପୋଲିସ ସିବିଆଇକୁ ପୁରା ସହଯୋଗ ମଧ୍ୟ କରିବ ।

ଅନ୍ୟପଟେ ମହାରାଷ୍ଟ୍ର ସରକାର ତରଫରୁ ରିଭ୍ୟୁ ପିଟିସନ ମଧ୍ୟ ଫାଇଲ ହେବ ନାହିଁ । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚକୁ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ ଜଣାଇଛନ୍ତି ।

ପ୍ରକାଶ ଥାଉକି ସିବିଆଇର 4 ସଦସ୍ୟ ଟିମ ଗୁରୁବାର ମୁମ୍ବାଇରେ ପହଞ୍ଚିବେ । ଯାହାପରେ ଯାଞ୍ଚର ଆଗାମୀ ପ୍ରକ୍ରିୟା ଆରମ୍ଭ କିରାଯିବ । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ(ଇଡି) ମନି ଲଣ୍ଡରିଂ ମାମଲାରେ ନିଜର ଯାଞ୍ଚ ଜାରି ରଖିଛନ୍ତି। ଏବେ ଫିଲ୍ମ ନିର୍ଦ୍ଦେଶକ ରୁମୀ ଜାଫରୀଙ୍କୁ ପଚରାଉଚରା କରିବେ ଇଡି । ଯାହା ପାଇଁ ତାଙ୍କୁ ନିକଟରେ ଇଡି ତରଫରୁ ସମନ ପଠାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.