ETV Bharat / sitara

ବେଆଇନ ନିର୍ମାଣ ମାମଲା: ଶୁକ୍ରବାର ସୁପ୍ରିମକୋର୍ଟରେ ସୋନୁଙ୍କ ଆବେଦନର ଶୁଣାଣି

author img

By

Published : Feb 5, 2021, 9:05 AM IST

2020ରେ ଦେଶବାସୀଙ୍କୁ କ୍ରମାଗତ ଭାବେ ସାହାଯ୍ୟ କରିଥିବା ସୋନୁ କିଛି ଦିନରୁ ଆଇନ ସମସ୍ୟାରେ ସମ୍ମୁଖୀନ ହେଉଆସୁଛନ୍ତି । ତାଙ୍କ ବିରୁଦ୍ଧରେ ବେଆଇନ କୋଠା ନିର୍ମାଣ କରିବା ଅଭିଯୋଗ ଲାଗିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବଲିଉଡ ଅଭିନେତା ସୋନୁ ସୁଦ ଆବେଦନ କରିଥିବା ଯାଚିକାର ଶୁକ୍ରବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜୁହୁରେ ଥିବା ତାଙ୍କ ଆବାସିକ ବିଲ୍ଡିଂରେ ବେଆଇନ ନିର୍ମାଣ ନେଇ ସୋନୁଙ୍କୁ ମିଳିଥିବା ନୋଟିସକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ସୋନୁ । ତେବେ ମୁଖ୍ୟ ବିଚାରପତି ଏସ.ଏ ବୋବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟାନ୍ ମିଳିତ ଖଣ୍ଡପୀଠ ସୁଦଙ୍କ ଆବେଦନର ଶୁଣାଣି କରିବେ।

ମହାରାଷ୍ଟ୍ର ଆଞ୍ଚଳିକ ଓ ସହର ବିକାଶ 1966 ଓ ଧାରା 43 ଆଧାରରେ ସୋନୁ ନିର୍ମାଣଧୀନ କାମ ବନ୍ଦ ରଖିଥିବା ତାଙ୍କ ଆବେଦନରେ କହିଛନ୍ତି । ସେପଟେ ସୋନୁଙ୍କ ଓକିଲ ଗତବର୍ଷ ଅକ୍ଟୋବରରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଜାରି ନୋଟିସର ଜବାବ ଦେବାକୁ 10 ସପ୍ତାହ ସମୟ ମାଗିଥିଲେ ​​ଏବଂ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ନକରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି ଅଭିନେତା ବିନା ଅନୁମତିରେ ନିଜ 6 ମହଲା ବିଶିଷ୍ଟ ବିଲ୍ଡିଂକୁ ହୋଟେଲରେ ପରିଣତ କରିଥିବା ଅଭିଯୋଗ କରି ବିଏମସି ସୋନୁଙ୍କୁ ନୋଟିସ ଦେଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.