ନୂଆଦିଲ୍ଲୀ:ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ସୈଫ୍ ଅଲି ଖାନଙ୍କ ତାଣ୍ଡବକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଆମାଜନ ପ୍ରାଇମର ଆଉ ଏକ ୱେବ ସିରିଜ ବିବାଦ ଘେରରେ ।
‘ମିର୍ଜାପୁର’ ବିରୋଧରେ ଦାୟର ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଆମାଜନ୍ ପ୍ରାଇମ୍ ଓ ସିରିଜର ନିର୍ମାତାକୁ ନୋଟିସ ଜାରି କରିଛନ୍ତି ।
କୋର୍ଟ କହିଛନ୍ତି କି, ଏହି ମାମଲାର ଶୁଣାଣୀ ସମସ୍ତ ଓଟିଟି ପ୍ଲାଟଫର୍ମର ସାମଗ୍ରୀ ଉପରେ ନିୟନ୍ତ୍ରଣର ଦାବି କରୁଥିବା ପିଟିସନ୍ ସହିତ ହେବ ।
ୟୁପିର ମିର୍ଜାପୁର ଅଧିବାସୀ ସୁଜିତ କୁମାର ସିଂହ ଦାୟର କରିଥିବା ପିଟିସନରେ ସିରିଜର ଉଭୟ ଭାଗରେ ସହରର ଖରାପ ଛବି ଦେଖାଯାଇଥିବା ଉଲ୍ଲେଖ କରାଯାଇଛି ।
ୱେବ ସିରିଜ ‘ମିର୍ଜାପୁର’ କିଛି ଶବ୍ଦ ଯୋଗୁ ଗତବର୍ଷ ବିବାଦ ଘେରକୁ ଆସିଥିଲା। ମିର୍ଜାପୁର ସାଂସଦ ଅନୁପ୍ରିୟା ପଟେଲ ମଧ୍ୟ ଏହି ୱେବ ସିରିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।