ETV Bharat / sitara

ବିବାହ ବାର୍ଷିକୀରେ ବନ୍ଧୁଙ୍କୁ ଭାଇଜାନଙ୍କ ପରାମର୍ଶ

author img

By

Published : Feb 9, 2021, 2:16 PM IST

ଭାଇରାଲ ହେଲା ସଲମାନଙ୍କ 33 ବର୍ଷ ପୁରୁଣା ଭିଡିଓ । ବନ୍ଧୁଙ୍କ ମ୍ୟାରେଜ ପାର୍ଟିରେ ଆସିଲେ ନଜର । ଏହା ବ୍ୟତୀତ ସେ ଫିଲ୍ମ ‘ଅନ୍ତିମକୁ’ ନେଇ ମଧ୍ୟ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଏହି ସମୟରେ ନିଜର ଆଗାମୀ ଫିଲ୍ମ ‘ଅନ୍ତିମ’ର ସୁଟିଂରେ ବ୍ୟସ୍ତ। ଏହାସହ ଟିଭିର ରିୟାଲିଟି ଶୋ ‘ବିଗବସ 14’ର ହୋଷ୍ଟ ମଧ୍ୟ କରୁଛନ୍ତି ସେ । ଏତେ ବ୍ୟସ୍ତ ଥିବା ସତ୍ତ୍ବେ ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ମନୋରଞ୍ଜନ କରିବା ଆଦୌ ଭୁଲୁ ନାହାଁନ୍ତି । ସେ ପ୍ରାୟତଃ କିଛି ନା କିଛି ନିଜ ସହ ସମ୍ପୃକ୍ତ ଜିନିଷ ପୋଷ୍ଟ କରି ସମସ୍ତଙ୍କୁ ଖୁସ୍ କରିଦେଉଛନ୍ତି । ଏବେ ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି ।

ଆଜ୍ଞା ହଁ, ସଲମାନ 33 ବର୍ଷ ପୁରୁଣା ଭିଡିଓ ସେୟାର କରି ଚର୍ଚ୍ଚାରେ । ଯେଉଁଥିରେ ସେ ନିଜ ପିଲାବେଳ ବନ୍ଧୁଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । ଆଉ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ପିଲାବେଳ ବନ୍ଧୁ ସାଦିକ। ପିଲାବେଳ ମାନେ ମୁଁ ଯେତେବେଳେ ପିଲା ଥିଲି । ବନ୍ଧୁ 33 ବର୍ଷ ପୂର୍ବେ ବିବାହ କରିଥିଲେ । ରେହାନାଙ୍କୁ ସମ୍ମାନ, ଯିଏ ଏହି ବିବାହକୁ ସଫଳ କରିଛନ୍ତି । ଅଲ୍ ଦ ବେଷ୍ଟ । ବିବାହ ବାର୍ଷିକୀରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଶେଷ ପରାର୍ମଶ ରେହାନାଙ୍କୁ ସମୟ ଅଛି ତାଙ୍କୁ ଛାଡି ପଳାଅ ।’ ପୋଷ୍ଟ ଲେଖି ନିଜେ ମଧ୍ୟ ହସିଛନ୍ତି ସଲମାନ । ଆପଣ ବି ଦେଖନ୍ତୁ ଭିଡିଓ...

ଯଦି ସଲମାନଙ୍କ ‘ଅନ୍ତିମ’ ଫିଲ୍ମ ବିଷୟରେ କଥା ହେବା ତାହାଲେ ଏଥିରେ ତାଙ୍କ ସହ ଫାଇଟ୍ କରିବେ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ମହେଶ ମାଞ୍ଜରେକର । ଏବର୍ଷ ରିଲିଜ ହୋଇପାରେ ଏହି ଆକ୍ସନ ଡ୍ରାମା ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.