ମୁମ୍ବାଇ: 2020 ବର୍ଷ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ପାଇଁ କାଳ ସାଜିଛି । ଏବର୍ଷ ଅନେକ କଳାକାର ଦୁନିଆ ଛାଡି ଚାଲିଯାଇଛନ୍ତି । ସେହିପରି ଜୁନ 1ରେ ଆଖିବୁଜିଥିଲେ ଫେମସ ମ୍ୟୁଜିକ କମ୍ପୋଜର ୱାଜିଦ ଖାନ । ଆଜି ତାଙ୍କ 43ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ସୁପରଷ୍ଟାର ସଲମାନ ଖାନ ବୁଧବାର ସୋହେଲ ଖାନ ଓ ସାଜିଦ ଖାନଙ୍କ ସହ ମିଶି କେକ କାଟି ୱାଜିଦଙ୍କୁ ମନେ ପକାଇଛନ୍ତି ।
ଯାହାର ଭିଡିଓ ସାଜିଦ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ତିନି ସେଲିବ୍ରିଟି କେକ କାଟି ହାପି ବର୍ଥ ଡେ ଗୀତ ଗାଇ ୱାଜିଦଙ୍କୁ କେକ ଡେଡିକେଟ କରୁଥିବାର ।
- " class="align-text-top noRightClick twitterSection" data="
">
ସେହିପରି ଭିଡିଓର କ୍ୟାପସନରେ ସାଜିଦ ଲେଖିଛନ୍ତି, ‘ହାପି ବର୍ଥଡେ ୱାଜିଦ, ମହାନ ସଙ୍ଗୀତକାର, ମହାନ ଆତ୍ମା ଓ ଶାନଦାର ବ୍ୟକ୍ତି ସହ ଭଲ ଭାଇ ମଧ୍ୟ । ତୁମକୁ ବହୁତ ମିସ୍ କରୁଛି ବନ୍ଧୁ ।’ ପ୍ରକାଶ ଥାଉକି କିଡନୀ ସଂକ୍ରମିତ ଯୋଗୁ ୱାଜିଦଙ୍କ ଦେହାନ୍ତ ହୋଇଥିଲା । ସଲମାନଙ୍କ ଅନେକ ଫିଲ୍ମରେ ସାଜିଦ-ୱାଜିଦ ଗୀତ କମ୍ପୋଜ କରିଥିଲେ । ଯାହା ସୁପରହିଟ୍ ମଧ୍ୟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ