ETV Bharat / sitara

ଘର ସଫା କରିବାରେ ବ୍ୟସ୍ତ ସଲମାନ, ଭାଇରାଲ ଫଟୋ - ଛୋଟ ପରଦାର ରିୟାଲିଟି ଶୋ ‘ବିଗ ବସ 14’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା

ସୋସିଆଲ ମିଡିଆରେ ଘୁରିବୁଲିଲା ସଲମାନଙ୍କ ନୂଆ ଫଟୋ । କଲର୍ସ ଚ୍ୟାନେଲ ତରଫରୁ ତାଙ୍କ ଏକ ଫଟୋ ସେୟାର କରି ଦର୍ଶକଙ୍କୁ ଦିଆଗଲା ହିଣ୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଲର୍ସ ଚ୍ୟାନେଲ
author img

By

Published : Aug 15, 2020, 8:39 PM IST

ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ‘ବିଗ ବସ 14’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ସୁପରଷ୍ଟାର ସଲମାନ ଖାନଙ୍କ ଏହି ବିବାଦୀୟ ଶୋର ପ୍ରଥମ ପ୍ରୋମୋ ରିଲିଜ ହୋଇସାରିଛି । ଆଉ ଖୁବଶୀଘ୍ର ଏହାର ଦ୍ବିତୀୟ ପ୍ରୋମୋ ଦେଖିବାକୁ ଯାଉଛନ୍ତି ଦର୍ଶକ। ମଜାଦାର କଥାଟି ହେଲା ଯେ ପ୍ରଥମ ପ୍ରୋମୋରେ ସଲମାନ ଚାଷ କରୁଥିବାର ନଜର ଆସିଥିଲେ । ହେଲେ ଏଥର ସେ ଘର ସଫା କରୁଥିବାର ଦେଖାଯିବେ । ଏକଥା ଆମେ କହୁନାହୁଁ । ଯାହାର ଖୁଲାସା କଲର୍ସ ଚ୍ୟାନେଲ ତରଫରୁ ସୋସିଆଲ ମିଡିଆରେ ହୋଇଛି ।

ଆଜ୍ଞା ହଁ, କଲର୍ସ ଚ୍ୟାନେଲ ଇନଷ୍ଟାଗ୍ରାମରେ ସଲମାନଙ୍କ ଏକ ଫଟୋ ସେୟାର କରିଛି। ଯେଉଁରେ ସଲମାନ ଘର ସଫା କରୁଥିବାର ନଜର ଆସୁଛନ୍ତି । ସେହିପରି ଏହାର କ୍ୟାପସନରେ ଲେଖାଯାଇଛି, ‘ଘର କେ ସବ କାମ କର ଲୋ ଖତ୍ମ, କ୍ୟୋଂକି ଅବ ସିନ ପଲଟେଗା ।’

ପ୍ରକାଶ ଥାଉକି ଏହି ମଜାଦାର କ୍ୟାପସନରୁ ଦର୍ଶକ ଅନ୍ଦାଜ ଲଗାଉଛନ୍ତି ଯେ ଏହା ଦ୍ବିତୀୟ ପ୍ରୋମୋ ଭିଡିଓର । ଏଥର ସିଜନରେ ବିଗ ବସ ହାଉସରେ କିଛି ଭିନ୍ନ ଦେଖିବାକୁ ମିଳିବ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.